ନୂଆଦିଲ୍ଲୀ: ଆଜି ଦେଶର ଲୋକମାନେ ପୋଷ୍ଟ ଅଫିସରେ ଟଙ୍କା ନିବେଶ କରିବାକୁ ସୁରକ୍ଷିତ ଭାବୁଛନ୍ତି । ପୋଷ୍ଟ ଅଫିସ ଯୋଜନାଗୁଡ଼ିକର ସବୁଠାରୁ ଖାସ୍ କଥା ହେଉଛି କି, ଏଥିରେ ନିବେଶ କରିବାର କୌଣସି ବିପଦ ନାହିଁ ଓ ରିଟର୍ଣ୍ଣ ବି ଭଲ ରହିଛି । ଏପରି ପରିସ୍ଥିତିରେ ଯଦି ଆପଣଙ୍କ ଆକାଉଣ୍ଟ ବି ପୋଷ୍ଟ ଅଫିସରେ ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ପୋଷ୍ଟ ଅଫିସର ଆକାଉଣ୍ଟରେ ନିଜ ପାନ୍ ନମ୍ବର ଓ ମୋବାଇଲ ନମ୍ବର ଅପଡେଟ କରିନାହଁ, ତେବେ ଆପଣଙ୍କ ଖାତାରେ ଟଙ୍କା କାରବାରୀ ଲିମିଟ ସ୍ଥିର କରାଯିବ ।
ସୂଚନାଯୋଗ୍ୟ ଯେ ଗତ କିଛି ଦିନ ହେବ ଠକେଇକୁ ଦୃଷ୍ଟିରେ ରଖି ଡାକଘର ଏହି ପଦକ୍ଷେପ ନେଇଛି । ଏହି ନୂଆ ସୁବିଧାରେ ଗ୍ରାହକମାନେ ଓଟିପି ଓ ମୋବାଇଲ୍ ନମ୍ବର ସାହାଯ୍ୟରେ କାରବାରର ସୁବିଧା ମିଳିବ । ବର୍ତ୍ତମାନ ଟଙ୍କା କାରବାର, ଋଣ ପରିଶୋଧ, ଆକାଉଣ୍ଟ ଖୋଲିବା ଏବଂ ବନ୍ଦ କରିବା ପ୍ରକ୍ରିୟାରେ ଓଟିପି ଓ ମୋବାଇଲ୍ ନମ୍ବର ବ୍ୟବହାର କରାଯିବ ।
ପୋଷ୍ଟ ଅଫିସ ଗ୍ରାହକଙ୍କ ପାଇଁ ଏହା ବାଧ୍ୟତାମୂଳକ କରିଛି ଯେ, ୨୦ ହଜାରରୁ ଅଧିକ ଆଦାନ-ପ୍ରଦାନ ପାଇଁ ଆପଣଙ୍କ ଆକାଉଣ୍ଟରେ ମୋବାଇଲ୍ ନମ୍ବର ଏବଂ ପାନ୍ ନମ୍ବର ଅପଡେଟ୍ ହେବା ଉଚିତ୍ । ଏହା ବିନା ଆପଣ ୨୦,୦୦୦ ରୁ ଅଧିକ କାରବାର କରିପାରିବେ ନାହିଁ ।