fbpx

ରାଜ୍ୟରେ ଏହି ତାରିଖରୁ ଖୋଲିବ ଅଙ୍ଗନବାଡ଼ି ଓ ପ୍ରାଥମିକ ସ୍କୁଲ

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ହ୍ରାସ ପାଉଥିବା ବେଳେ ଅନେକ ରାଜ୍ୟରେ ସ୍କୁଲଗୁଡ଼ିକୁ ପୁଣିଥରେ ଖୋଲିବାରେ ଲାଗିଲାଣି । ପଶ୍ଚିମବଙ୍ଗରେ ବି ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ୧୬ ଫେବ୍ରୁଆରୀରୁ ଖୋଲିବାକୁ ଯାଉଛି । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଏକ ନୋଟିସ ଅନୁସାରେ, ସ୍କୁଲ ଶିକ୍ଷା ବିଭାଗ ସ୍କୁଲଗୁଡ଼ିକ ପାଇଁ ଏସଓପି ଜାରି କରିବ । ଯାହାଫଳରେ କୋଭିଡ ସମ୍ବନ୍ଧୀତ ପ୍ରୋଟୋକଲ ଠିକ୍ ଭାବେ ପାଳନ ହେବ ବୋଲି ସୁନିଶ୍ଚିତ କରାଯିବ ।

ଅନ୍ୟପଟେ ଗୁଜରାଟରେ ବି ୧୭ ଫେବ୍ରୁଆରୀରୁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି ଓ ପ୍ରାଥମିକ ସ୍କୁଲ ପୁଣିଥରେ ଖୋଲିଯିବ । ଜାରି ହୋଇଥିବା ଏସଓପିର କଡାକଡି ପାଳନ କରାଯିବ ବୋଲି ସ୍କୁଲର ନିର୍ଦ୍ଦେଶ ରହିଛି । ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ କରୋନା ନିୟମ ସହିତ ସ୍କୁଲକୁ ଆସିବାକୁ ପଡିବ ଓ କୁହାଯାଇଥିବା ଗାଇଡଲାଇନ୍ ପାଳନ କରିବାକୁ ପଡିବ ବୋଲି କୁହାଯାଇଛି । ସେହପରି କରୋନା ମାମଲା ହ୍ରାସ ପାଉଥିବା ବେଳେ ମଧ୍ୟପ୍ରଦେଶ ସରକାର ମଧ୍ୟ ରାଜ୍ୟରେ ୫ମ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଅନୁମତି ଦେଇଛନ୍ତି ।

Get real time updates directly on you device, subscribe now.