fbpx

WHO ଲଞ୍ଚ କଲା ‘Quit Tobacco App’, ଛାଡ଼ିଯିବ ତମାଖୁ ଅଭ୍ୟାସ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା WHO ଆଜି ‘Quit Tobacco App’ ଲଞ୍ଚ କରିଛି । ଲୋକମାନଙ୍କର ତମାଖୁ ଅଭ୍ୟାସ୍ ଛଡ଼ାଇବାରେ ସାହାଯ୍ୟ କରିବା ସହ ଧୂମପାନ ନକରିବା ଓ ଅନ୍ୟାନ୍ୟ ନୂଆ ଉତ୍ପାଦ ସମେତ ତମାଖୁର ବ୍ୟବହାର ବନ୍ଦ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ତମାଖୁ ପ୍ରତ୍ୟେକ ରୂପରେ ଶରୀର ପାଇଁ ମାରାତ୍ମକ । ଲୋକଙ୍କୁ ତମାଖୁ ଛାଡ଼ିବାରେ ସମର୍ଥନ କରିବା ପାଇଁ ଏହି ଆପର ଅଭିନବ ଉପାୟଗୁଡ଼ିକ ବହୁତ ଆବଶ୍ୟକ । ତମାଖୁ ଅଭ୍ୟାସ୍ ଛଡ଼ାଇବା ପାଇଁ ଏହି ଆପ୍ ଲଞ୍ଚ ହୋଇଥିବା କହିଛନ୍ତି WHO ଦକ୍ଷିଣ-ପୂର୍ବ ଏସିଆ ଅଞ୍ଚଳର ନିର୍ଦ୍ଦେଶକ ଡକ୍ଟର ପୁନମ ଖେତ୍ରପାଲ ସିଂହ ।

ତେବେ ଏହି ଆପ୍ ଟି ସମସ୍ତ ପ୍ରକାରର ତମାଖୁକୁ ଚିହ୍ନଟ କରିବା ସହିତ ତମାଖୁ ଛଡ଼ିବାରେ ସାହାଯ୍ୟ କରିବ । ତମାଖୁ ଦ୍ୱାରା ପ୍ରତିବର୍ଷ ବିଶ୍ୱରେ ପ୍ରାୟ ୮ ମିଲିୟନ ଲୋକଙ୍କର ମୃତ୍ୟୁ ହେଉଛି । ତମାଖୁ ଦ୍ୱାରା ହେଉଥିବା ଏହି ମୃତ୍ୟୁକୁ ରୋକାଯାଇ ପାରିବ । WHO ଦାବି କରିଛି ଯେ, ଦକ୍ଷିଣ-ପୂର୍ବ ଏସିଆ ଅଞ୍ଚଳରେ ୧.୬ ମିଲିୟନ ଲୋକେ ତମାଖୁ ସେବନ କରୁଛନ୍ତି, ଯାହାକି ତମାଖୁର ସବୁଠାରୁ ବୃହତ୍ତମ ଉତ୍ପାଦକ ଓ ଉପଭୋକ୍ତାଙ୍କ ମଧ୍ୟରୁ ଅନ୍ୟତମ ।

WHO ଗ୍ଲୋବାଲ ରିପୋର୍ଟ ୨୦୦୦-୨୦୫୫ ଅନୁସାରେ, ଦକ୍ଷିଣ-ପୂର୍ବ ଏସିଆ ଅଞ୍ଚଳରେ ତମାଖୁ ସେବନରେ ହ୍ରାସ ଘଟିଛି । ୪୩୨ ମିଲିୟନ ଲୋକେ ତମାଖୁ ସେବନର ଅଭ୍ୟାସ ଜାରି ରଖିଛନ୍ତି । ବିଶ୍ୱରରେ ୩୫୫ ମିଲିୟନ ମଧ୍ୟରୁ ୨୬୬ ମିଲିୟନ ଧୂମପାନକାରୀ ତମାଖୁ ସେବନ କରୁଛନ୍ତି । ଏହି ‘Quit Tobacco App’ ଲୋକମାନଙ୍କୁ ତମାଖୁ ଛାଡିବାରେ ସାହାଯ୍ୟ କରିବ ବୋଲି ଡବ୍ଲୁଏଚଓ ଦାବି କରିଛି ।

Get real time updates directly on you device, subscribe now.