fbpx

ଭଣ୍ଡ ବାବାଙ୍କ କଥାରେ ଚଲାଉଥିଲେ ଶେୟାର ବଜାର: ଘରେ ରେଡ୍ କଲା ଆୟକର ବିଭାଗ

ନୂଆଦିଲ୍ଳୀ: ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ପୂର୍ବତନ ମୁଖ୍ୟ ଚିତ୍ରା ରାମକୃଷ୍ଣଙ୍କ ଘରେ ରେଡ କରିଛି ଆୟକର ବିଭାଗ । ଜନୈକ ବାବାଙ୍କ କଥାରେ ପରିଚାଳିତ ହୋଇ ଚିତ୍ରା ମନ ଇଚ୍ଛାରେ ନିଯୁକ୍ତି ଦେଉଥିବା ବେଳେ ଅନେକ ଅର୍ଥନୈତିକ ହେରଫେର ମଧ୍ୟ କରୁଥିଲେ । ସେବି ପକ୍ଷରୁ ୧୧ ଫେବୃୟାରୀରେ ଚିତ୍ରାଙ୍କ ଉପରେ ଜରିମାନା ଲାଗୁ କରିବା ସହିତ ଏନଏସଇ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ଚିତ୍ରାଙ୍କ ଏହି ପଦକ୍ଷେପ ପରେ ୬ ମାସ ଯାଏଁ ଏନଏସଇ କୌଣସି ନୂତନ ଉତ୍ପାଦ ଲଞ୍ଚ କରିବ ନାହିଁ । ୧୭ ତାରିଖରେ ଆୟକର ବିଭାଗ ପକ୍ଷରୁ ଚିତ୍ରାଙ୍କ ଘରେ କିଛି ଘଣ୍ଟା ପାଇଁ ରେଡ୍ କରାଯାଇଥିଲା ।

୧୯୦ ପୃଷ୍ଠାର ଆଦେଶରେ ସେବି କହିଛି ଯେ ବାବା ଜଣକ ଚିତ୍ରାଙ୍କୁ ସୁବ୍ରମଣ୍ୟମଙ୍କୁ ନିଯୁକ୍ତି କରିବାକୁ କହିଥିଲେ । ଏଥିପାଇଁ ରାମକୃଷ୍ଣାଙ୍କ ଉପରେ ୩ କୋଟି, ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ, ନାରାୟଣଙ୍କ ଉପରେ ୨ କୋଟି ଏବଂ ସୁବ୍ରମଣ୍ୟମଙ୍କ ଉପରେ ୨ କୋଟି ଏବଂ ବି ଆର ନରସିମହାଙ୍କ ଉପରେ ୬ ଲକ୍ଷର ଜୋରିମାନା ଲଗାଇଛି । ଏହା ସହ ଏନଏସଇ ଉପରେ ୬ ମାସ ପର୍ଯ୍ୟନ୍ତ କୌଣସି ନୂଆ ଉତ୍ପାଦକୁ ଲିଷ୍ଟିଙ୍ଗ କରିବା ଉପରେ ରୋକ ଲଗାଇଛି । ରାମକୃଷ୍ଣା ଏବଂ ସୁବ୍ରମଣ୍ୟମଙ୍କୁ ବଜାର ସହ ଜଡ଼ିତ କୌଣସି ସଂସ୍ଥାନରେ କିମ୍ବା ସେବି ସହ ଜଡ଼ିତ କୌଣସି ପଞ୍ଜୀକୃତ ସଂସ୍ଥା ତଥା ମଧ୍ୟସ୍ଥିଙ୍କ ସହ ଯୋଗାଯୋଗ କରିବାକୁ ରୋକ ଲଗାଇଛି । ସେବି ଏନଏସଇକୁ ରାମକୃଷ୍ଣାଙ୍କ ଅତିରିକ୍ତ ଛୁଟି ବଦଳରେ ଦିଆଯାଇଥିବା ୧.୫୪ କୋଟି ଏବଂ ୨.୮୩ କୋଟି ଟଙ୍କା ବୋନସକୁ ଜବତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲା ।

Get real time updates directly on you device, subscribe now.