fbpx

ଦୃଶ୍ୟମ-୨ର ଶୁଟିଙ୍ଗ ଆରମ୍ଭ କଲେ ଅଜୟ ଦେବଗନ: ଶ୍ରେୟା ସରନଙ୍କ ସହିତ ପୁଣି ଦେଖିବାକୁ ମିଳିବ ତବୁଙ୍କ ଜଲୱା

ମୁମ୍ବାଇ: ସିଂଘମ ଷ୍ଟାର ଅଜୟ ଦେବଗନ ଏବେ ନୂଆ ଫିଲମ ଶୁଟିଙ୍ଗରେ ବ୍ୟସ୍ତ । ସୁପରହିଟ ପିଲ୍ମ “ଦୃଶ୍ୟମ’ ସିକ୍ୱେଲ “ଦୃଶ୍ୟମ-୨’ର ଶୁଟିଭ୍ଗ କାମରେ ଲାଗି ପଡିଛନ୍ତି ଅଜୟ । ଶୁଟିଙ୍ଗ ସେଟର ଏକ ଫଟୋ ଶେୟର କରି ଅଜୟ ପ୍ରଶଂସକଭ୍କୁ ଏକ ପ୍ରଶ୍ନ କରିଛନ୍ତି । “କଣ ଏଥର ବି ନିଜ ପରିବାରକୁ ବଞ୍ଚେଇ ପାରିବ ବିଜୟ’?? ଏହି ପ୍ରଶ୍ନର ଉତ୍ତର ସେ ପଶଂସକଙ୍କଠାରୁ ଶୁଣିବା ପାଇଁ ଚାହିଁଛନ୍ତି । ତେବେ ନୂଆ ସିକ୍ୱେଲରେ ମଧ୍ୟ ଅଜୟଙ୍କ ପତ୍ନୀ ଭୂମିକାରେ ନଜର ଆସିବେ । ଅଜୟ ଏବଂ ଶ୍ରେୟାଙ୍କ ବ୍ୟତୀତ ଫିଲ୍ମରେ ତବୁ ମଧ୍ୟ ପୁଣି ନଜର ଆସିବେ ବୋଲି ଜରାଯାଇଛି ।

ନୂଆ ଚଳଚ୍ଚିତ୍ର “ଦୃଶ୍ୟମ-୨’ର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ଅଭିଷେକ ପାଠକ । ତେବେ ମୁମ୍ବାଇରେ ହିଁ ଏବେ ଫିଲ୍ମର ଶୁଟିଙ୍ଗ ଆରମ୍ଭ ହୋଇ ଯାଇଛି । ୨୦୧୫ରେ ରିଲିଜ ହୋଇଥିବା ଚଳଚ୍ଚିତ୍ର “ଦୃଶ୍ୟମ’ ଖୁବ ଭଲପାଇବା ଦେଇଥିଲେ ସିନେପ୍ରେମୀ । ତେଣୁ ଏହାର ଦ୍ୱିତୀୟ ସିକ୍ୱେଲ ବନାଇଛନ୍ତି ଅଭିଷେକ । ଏଥି ସହିତ ଫିଲ୍ମକୁ ନେଇ ଖୁବ ଉତ୍ସାହିତ ଅଛନ୍ତି ନିର୍ଦ୍ଦେଶକ ଅଭିଷେକ ପାଠକ ।

Get real time updates directly on you device, subscribe now.