fbpx

ଚମକିଲା ସୁନା, ଚଳିତ ବର୍ଷର ଶୀର୍ଷ ଛୁଇଁଲା ସୁନା ମୂଲ୍ୟ, ଜାଣନ୍ତୁ ୧୦ ଗ୍ରାମର ଦାମ୍ କେତେ…

ନୂଆଦିଲ୍ଲୀ: କିଛିଦିନ ହେଛ ଦେଶରେ ସୁନା ଦର ବୃଦ୍ଧି ପାଇବାରେ ଲାଗିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଚଳିତ ସପ୍ତାହରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୦ ହଜାର ଟପି ୫୦୧୨୩ ଟଙ୍କାରେ ପହଞ୍ଚିଛି । ଗତ ବର୍ଷକ ମଧ୍ୟରେ ଉକ୍ତ ଦର ସର୍ବାଧିକ ସ୍ତର ଛୁଇଁଛି । ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ଆଉନ୍ସ ପିଛା ୧୯୦୦ ଡଲାରରେ ପହଞ୍ଚିଛି । ୧ ଆଉନ୍ସ ୨୮.୩୪୯୫ ଗ୍ରାମ ସହିତ ସମାନ । ସେୟାର ବଜାରରେ ଅସ୍ଥିରତା, ଅର୍ଥନୈତିକ ଅଭିବୃଦ୍ଧି କମିବା ଦେଖାଦେଲେ ସୁନା ଦର ବୃଦ୍ଧି ହୋଇଥାଏ । ଅନ୍ୟପକ୍ଷରେ ୟୁରୋପରେ ରୁଷ-ୟୁକ୍ରେନ ସଂକଟ ଜାରି ରହିଥିବାରୁ ସୁନା ଦର ବୃଦ୍ଧି ପାଉଥିବା କୁହାଯାଉଛି । ଏଥିସହିତ ଭାରତରେ ସୁନା ମୂଲ୍ୟବୃଦ୍ଧିର ଅନ୍ୟ ଏକ କାରଣ ହେଲା ଆମେରିକୀୟ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା । ତେବେ ମୁଖ୍ୟତଃ ରୁଷୟୁକ୍ରେନ ସଂକଟ ସମାଧାନ ଉପରେ ଏହାର ଦର ହ୍ରାସ ନିର୍ଭର କରୁଛି । ଏହି ସମସ୍ୟା ଯେତେଦିନ ପର୍ଯ୍ୟନ୍ତ ଲାଗି ରହିବ ସେତେଦିନ ପର୍ଯ୍ୟନ୍ତ ସୁନା ଦର ହ୍ରାସ ସମ୍ଭାବନା କମ୍‌ ରହିଛି । ତେବେ ଯଦି ନିବେଶକଙ୍କ ବ୍ୟବହାରରେ କିଛିଟା ପରିବର୍ତ୍ତନ ଆସେ ତା’ହେଲେ ଦର କିଛି ମାତ୍ରାରେ କମି ।ରେ । ଓଡ଼ିଶାରେ ମଧ୍ୟ ଦରବୃଦ୍ଧିର ପ୍ରତିଫଳନ ଦେଖିବାକୁ ମିଳିଛି । ଭୁବନେଶ୍ୱରର କେତେକ ପ୍ରମୁଖ ଷ୍ଟୋରରେ ଆଜି ୧୦ ଗ୍ରାମ ପିଛା ସୁନା ଦର ୪୭୬୦୦ ଟଙ୍କା ଉପରେ ରହିଛି ।

Get real time updates directly on you device, subscribe now.