fbpx

ଜଗା ଦର୍ଶନ ପାଇଁ ଆଜିଠୁ ହଟିଲା କଟକଣା, ପ୍ରବେଶ ପାଇଁ ଆଉ ଦରକାର ନାହିଁ ଟିକା ପ୍ରମାଣପତ୍ର

ପୁରୀ(ଓଡ଼ିଶା ଭାସ୍କର): ଶ୍ରୀମନ୍ଦିରରେ ଜଗା ଦର୍ଶନ ପାଇଁ ଆଜିଠାରୁ ହଟିଲା କଟକଣା । ବର୍ତ୍ତମାନ ଠାରୁ ଶ୍ରଦ୍ଧାଳୁଙ୍କୁ ଆଉ ଦେଖାଇବାକୁ ପଡ଼ିବ ନାହିଁ କୋଭିଡ୍ ଟିକା ପ୍ରମାଣପତ୍ର । କେବଳ ମାସ୍କ ଓ ସାନିଟାଇଜର୍ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି ଶ୍ରୀମନ୍ଦିରରେ । ସୂଚନାଯୋଗ୍ୟ, ରାଜ୍ୟରେ କୋଭିଡ୍ ମାମଲା ହ୍ରାସ ପାଇଥିବାରୁ ଅନେକ କଟକଣାର ସହିତ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଭିତରକୁ ଯିବାକୁ ଦିଆଯାଉଥିଲା । ତୃତୀୟ ଲହର ସମୟରେ କିଛି ବ୍ୟବଧାନ ପାଇଁ ମନ୍ଦିରକୁ ସାଧାରଣ ଲୋକଙ୍କ ପାଇଁ ବନ୍ଦ କରାଯାଇଥିଲା । ହେଲେ ଏବେ ସଂକ୍ରମଣ କମିବା ପୁଣି ପୂର୍ବ ଭଳି ଭକ୍ତ ମାନେ ମହାପ୍ରଭୂଙ୍କୁୂ ଦର୍ଶନ କରିପାରିବେ ।

Get real time updates directly on you device, subscribe now.