fbpx

ଚୌଦ୍ୱାରରେ ଗଣ୍ଡଗୋଳ: ୩ ଜଣଙ୍କ ମୁଣ୍ଡ ଫାଟିଲା

କଟକ(ଓଡ଼ିଶା ଭାସ୍କର)ଚୌଦ୍ୱାର ଥାନା ବଡ଼ ସାମନ୍ତରାପୁର ପଞ୍ଚାୟତ ସର୍ଦ୍ଦାରଖର୍ଦ୍ଦାରେ ହୋଇଛି ବଡ଼ ଧରଣର ଗଣ୍ଡଗୋଳ । ରାଜ୍ୟରେ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ସରିଥିବା ବେଳେ ସେଠାରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ବିଳମ୍ବିତ ରାତିରେ ଗୋଟିଏ ଦଳର ୨ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଛି । ଏହି ମାରପିଟରେ ୩ ଜଣଙ୍କର ମୁଣ୍ଡ ଫାଟିଥିବା ବେଳେ ସେମାନଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଘଟଣାକୁ ନେଇ ଚୌଦ୍ୱାର ଥାନାର ଗୋଟିଏ ଗୋଷ୍ଠୀ ପକ୍ଷରୁ ଏତଲା କରାଯାଇଛି । ଏତଲାକୁ ଭିତ୍ତି କରି ପୋଲିସ ଛାନଭିନ୍ ଜାରି ରଖିଛି । ୨ ଜଣଙ୍କୁ ଉଠାଇ ନେଇ ପୋଲିସ ପଚରାଉଚରା କରୁଛି । ଉତ୍ତେଜନା ପାଇଁ ଗାଁରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

Get real time updates directly on you device, subscribe now.