fbpx

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ହୋଲି ଉପହାର! ସରକାର ଦେଉଛନ୍ତି ୧୦ହଜାର ଟଙ୍କା ଆଡଭାନ୍ସ, ଏପରି ଉଠାନ୍ତୁ ଲାଭ

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର । ସ୍ୱତନ୍ତ୍ର ଫେଷ୍ଟିଭାଲ୍ ଆଡଭାନ୍ସ ସ୍କିମ୍ ଅଧୀନରେ ସରକାର କର୍ମଚାରୀମାନଙ୍କୁ ୧୦ ହଜାର ଟଙ୍କା ଦେଇପାରନ୍ତି । ଏହା ଅଧୀନରେ କର୍ମଚାରୀମାନେ ବିନା କୌଣସି ସୁଧରେ ସରକାରଙ୍କଠାରୁ ୧୦ ହଜାର ଟଙ୍କା ଆଡଭାନ୍ସ/ଅଗ୍ରୀମ ନେଇପାରିବେ ।

କେନ୍ଦ୍ର ସରକାରଙ୍କ ଆଡଭାନ୍ସ ସ୍କିମ୍ ଅଧୀନରେ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କୁ ୧୦,୦୦୦ ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା କରିପାରନ୍ତି । ଅର୍ଥାତ୍ କେନ୍ଦ୍ରୀୟ କର୍ମଚାରୀମାନେ ହୋଲି ପର୍ବରେ ୧୦,୦୦୦ ଟଙ୍କା ଅଗ୍ରୀମ ନେଇପାରିବେ ଏବଂ ସବୁଠାରୁ ବଡ କଥା ହେଉଛି ଯେ ଏଥିରେ କୌଣସି ସୁଧ ଦେବାକୁ ପଡିବ ନାହିଁ । ଗତ ବର୍ଷ ମଧ୍ୟ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ସରକାର ଏହା ଘୋଷଣା କରିଥିଲେ।

ସ୍ୱତନ୍ତ୍ର ପର୍ବ ପାଇଁ ଦିଆଯାଉଥିବା ଏହି ଆଡଭାନ୍ସ ପ୍ରୀ ଲୋଡେଡ୍ ହେବ । କେନ୍ଦ୍ର କର୍ମଚାରୀଙ୍କ ଏଟିଏମ୍ ରେ ପୂର୍ବରୁ ହିଁ ଟଙ୍କା ରହିବ । କର୍ମଚାରୀ ମାନେ କେବଳ ଏହାକୁ ଖର୍ଚ୍ଚ କରିବେ । ତେବେ ଏହି ଆଡଭାନ୍ସ ଟଙ୍କା ଫେରସ୍ତ ପାଇଁ ୧୦ଟି କିସ୍ତିର ବ୍ୟବସ୍ଥା ରହିବ । ଅର୍ଥାତ୍ ମାସକୁ ୧ ହଜାର ଟଙ୍କା ଦେଇ କେନ୍ଦ୍ର କର୍ମଚାରୀ ମାନେ ୧୦ ହଜାର ଟଙ୍କା ନେଇପାରିବେ ।

ସୂଚନାଯୋଗ୍ୟ, ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ଲିଭ୍ ଟ୍ରାଭେଲ୍ ଆଲାଉନ୍ସ(ଏଲଟିଏ)କୁ ମଧ୍ୟ ଦୁଇବର୍ଷ ଏକ୍ସଟେଣ୍ଡ୍ କରିଛନ୍ତି । ଏହାଦ୍ୱାରା କେନ୍ଦ୍ରୀୟ କମଚାରୀ ମାନେ ପୂବତ୍ତୋର, ଲଦାଖ, ଆଣ୍ଡାମାନ୍-ନିକୋବର ଓ ଜମ୍ମୁ-କଶ୍ମୀରକୁ ଯାତ୍ରା କରିବା ପାଇଁ ଲିଭ୍ ଆଲାଉନ୍ସର ବ୍ୟବହାର ମାଚ୍ଚ ୨୦୨୨ ପର୍ଯ୍ୟନ୍ତ କରିପାରିବେ ।

Get real time updates directly on you device, subscribe now.