fbpx

ଭାରତ ଗସ୍ତ ପାଇଁ ଶ୍ରୀଲଙ୍କା ଘୋଷଣା କଲା ୧୮ ଜଣିଆ ଟିମ: ଟି-୨୦ ସିରିଜରୁ ବାହାରିଲେ ମେଣ୍ଡିସ ଏବଂ ଫର୍ଣ୍ଣାଡୋ

କଲମ୍ବୋ: ଭାରତ ଗସ୍ତ ପାଇଁ ଘୋଷଣା ହୋଇଛି ଶ୍ରୀଲଙ୍କାର ୧୮ ଜଣିଆ ଦଳ । ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ଶ୍ରୀଲଙ୍କା କ୍ରିକେଟ(ଝଖଉ)ର ସିଲେକ୍ସନ କମିଟି ଟିମ ଚୟନ କରିଛି । ତେବେ ଭାରତ ଗସ୍ତରେ ଆସିବେନି ଅବିଷ୍କା ଫର୍ଣ୍ଣାଡୋ, ନୁୱାନ ତୁଷାରା ଏବଂ ରମେଶ ମେଣ୍ଡିସ । ଅଷ୍ଟ୍ରେଲିଆ ଗସ୍ତରେ ଆହତ ହୋଇ ଏମାନେ ଏହି ସିରିଜରୁ ବାଦ ପଡିଛନ୍ତି । ତେଣୁ ସେମାନେ ଭାରତ ବଦଳରେ ସ୍ୱଦେଶ ଫେରିଯିବେ । ତେବେ ଟି-୨୦ ଦଳର ନେତୃତ୍ୱ ନେବେ ଦସୁନ ଶନାକା ଏବଂ ଚରିତ ଅସାଲଙ୍କାଙ୍କୁ ଦଳର ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି ।

Sri Lanka Cricket ?? na Twitteri: "? Sri Lanka National Team held  practice sessions at RPICS ahead of their Pakistan tour. SL Team will leave  tomorrow to Pakistan to play a three-match

୨୪ ଫେବୃୟାରୀରୁ ଆରମ୍ଭ ହେବାକୁ ଯାଉଛି ସିରିଜ । ପ୍ରଥମ ଟି-୨୦ ଲକ୍ଷେ୍ନøରେ ଖେଳାଯିବାକୁ ଥିବା ବେଳେ ଶେଷ ଦୁଇଟି ମ୍ୟାଚ ଧର୍ମଶାଳାରେ ଖେଳାଯିବ । ଦ୍ୱିତୀୟ ଏବଂ ତୃତୀୟ ମ୍ୟାଚ ଯଥାକ୍ରମେ ୨୬ ଏବଂ ୨୭ ତାରିଖରେ ଖେଳାଯିବ । ଏହାପରେ ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ହେବ ଦୁଇଟି ଟେଷ୍ଟ ମ୍ୟାଚ । ମୋହାଲିରେ ୪-୮ ମାର୍ଚ୍ଚ ଏବଂ ୧୨-୧୬ ପର୍ଯ୍ୟନ୍ତ ବେଙ୍ଗଲୁରୁରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ ।

ଶ୍ରୀଲଙ୍କା ଦଳ:
ଦସୁନ ଶନାକା(ଅଧିନାୟକ), ପଥୁମ ନିସାଂକା, ଚରିତ ଅସାଲଂକା(ଉପଅଧିନାୟକ), ଦିନେଶ ଚାନ୍ଦିମାଲ, ଦନୁଷ୍କା ଗୁନତିଲକା, କମିଲ ମିଶାରା, ଜନିଥ ଲିୟାଙ୍ଗେ, ୱାନିନ୍ଦୁ ହସରଙ୍ଗା, ଚମିକା କରୁଣାରତ୍ନେ, ଦୁଷ୍ମନ୍ତ ଚମୀରା, ଲାହିରୁ ମୁାର, ବିନୁରା ଫର୍ଣ୍ଣାଡୋ, ଶିରନ ଫର୍ଣ୍ଣାଡୋ, ମହୀଷ ତକ୍ଷୀଣା, ଜେଫରୀ ବେଣ୍ଡର୍ସେ, ପ୍ରବୀଣା ଜୟବିକ୍ରମା ଏବଂ ଅସିୟନ ଡେନିୟଲ ।

Get real time updates directly on you device, subscribe now.