fbpx

ଚରମସୀମାରେ ଋଷ-ୟୁକ୍ରେନ ବିବାଦ: ଯେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ଆଶଙ୍କା

ନୂଆଦିଲ୍ଲୀ:  ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ବିବାଦ ଚରମସୀମାରେ ପହଞ୍ଚିଥିବାବେଳେ ଯେକୌଣସି ମୁହୂର୍ତ୍ତରେ ଉଭୟ ପକ୍ଷ ମଧ୍ୟରେ ଯୁଦ୍ଧ ଲାଗିଯିବାର ଆଶଙ୍କା ପ୍ରକାଶ ପାଇଛି । ରୁଷ ପକ୍ଷରୁ କୁହାଯାଇଛି ଯେ ୟୁକ୍ରେନ ବୋମାମାଡ଼ କରି ତାର ସୀମା ପୋଷ୍ଟକୁ ଉଡ଼ାଇ ଦେଇଛି । ୟୁକ୍ରେନ ଆମ ସୀମା ପୋଷ୍ଟ ଉପରେ ପ୍ରଥମଥର ଆକ୍ରମଣ କରିଥିବା ରୁଷ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ୟୁକ୍ରେନ ପକ୍ଷରୁ କୁହାଯାଇଛି ଯେ ରୁଷ ସମର୍ଥିତ ବିଚ୍ଛିନ୍ନତାବାଦୀ ଦେଶର ଜନତାଙ୍କ ଉପରେ ଆକ୍ରମଣ କରିସାରିଛନ୍ତି । ଅନ୍ୟପକ୍ଷରେ ପାଶ୍ଚାତ୍ୟ ଦେଶଗୁଡ଼ିକ ଆଶଙ୍କା କରୁଛନ୍ତି ଯେ ରୁଷ ଯେକୌଣସି ମୁହୂର୍ତ୍ତରେ ୟୁକ୍ରେନ ଉପରେ ଆକ୍ରମଣ କରିବାର ସମ୍ଭାବନା ରହିଛି । ୟୁକ୍ରେନ ସୀମାରେ ରୁଷ ପକ୍ଷରୁ ଦେଢ଼ ଲକ୍ଷ ସୈନିକଙ୍କ ସମେତ ଟ୍ୟାଙ୍କର ଓ ମାରଣାସ୍ତ୍ର ମୁତୟନ କରାଯାଇଛି । ଯଦି ରୁଷ ଆକ୍ରମଣ କରେ ତେବେ ମସ୍କୋ ବିରୋଧରେ ବ୍ୟାପକ କଟକଣା ଲଗାଯିବ ବୋଲି ପାଶ୍ଚାତ୍ୟ ଦେଶମାନ କିନ୍ତୁ ଯୁଦ୍ଧ ଆଶଙ୍କାକୁ ରୁଷ ପକ୍ଷରୁ ଖଣ୍ଡନ କରାଯାଇଛି ।

ରୁଷ ସମାଚାର ଏଜେନ୍‌ସି ଅନୁଯାୟୀ ୨୧ ତାରିଖ ସକାଳ ୯.୫୦ରେ ୟୁକ୍ରେନ ପକ୍ଷରୁ ନିକ୍ଷେପ କରାଯାଇଥିବା ମିଶାଇଲ ମାଡ଼ରେ ଏଫଏସ୍‌ବି ସୀମା ସୁରକ୍ଷା ସେବା ଦ୍ୱାରା ବ୍ୟବହୃତ ସୀମା ପୋଷ୍ଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଅନ୍ୟପକ୍ଷରେ ରୁଷ ବିରୋଧରେ କଟକଣା ଜାରି କରିବା ପାଇଁ ୟୁକ୍ରେନ ୟୁରୋପୀୟ ସଂଘ ନିକଟରେ ଦାବି କରିଛି । ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ କହିଛନ୍ତି ଯେ ରୁଷ ୧୯୪୫ ମସିହା ପରେ ୟୁରୋପରେ ସବୁଠାରୁ ବଡ଼ ଯୁଦ୍ଧର ଯୋଜନାରେ ରହିଛି । ତେବେ ଏହି ସଂକଟ ଟାଳିବା ପାଇଁ ଫ୍ରାନ୍ସର ରାଷ୍ଟ୍ରତି ଇମାନୁଏଲ ମାକ୍ରୋନ ରୁଷ ରାଷ୍ଟ୍ରତି ଭ୍ଲାଦିମିର ପୁତିନଙ୍କ ସହ ଟେଲିଫୋନରେ ଆଲୋଚନା କରିଛନ୍ତି । ଦୁଇଦେଶ ମଧ୍ୟରେ ଯୁଦ୍ଧ ରୋକିବା ପାଇଁ ଏହା ଶେଷ ପ୍ରୟାସ ବୋଲି କୁହାଯାଉଛି ।

Get real time updates directly on you device, subscribe now.