fbpx

ୟୁକ୍ରେନ ସଙ୍କଟ: ସଂଯୁକ୍ତ ସୁରକ୍ଷା ପରିଷଦ ଡାକିଲେ ଜରୁରୀକାଳୀନ ବୈଠକ, ଋଷର ନିଷ୍ପତ୍ତିରେ ଭାରତ ବି ରଖିବ ନିଜ ମତ

ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତି ପୁଟିନ୍ ଙ୍କର ପୂର୍ବ ୟୁକ୍ରେନର ଦୁଇ ସହର ଡୋନେତସ୍କ ଏବଂ ଲୁହାସ୍କକୁ ସ୍ୱତନ୍ତ୍ର ଅଞ୍ଚଳ ଘୋଷିତ କରିବା ନିଷ୍ପତ୍ତିକୁ ୟୁଏନ୍ ମହାସଚିବ ଏଣ୍ଟୋନିଆ ଗୁତେରସ୍ ସଂଯୁକ୍ତ ରାଷ୍ଟ୍ର ଚାର୍ଟର୍ ର ଉଲଂଘନ ବୋଲି ଦର୍ଶାଇଛନ୍ତି । ସେ ଋଷର ନିଷ୍ପତ୍ତିକୁ ନେି ଚିନ୍ତାବ୍ୟକ୍ତ କରି କହିଛନ୍ତି ଯେ, ଏହା ୟୁକ୍ରେନ୍ ର ଆଞ୍ଚଳିକ ଅଖଣ୍ଡତା ଏବଂ ସାର୍ବଭୌମତ୍ୱକୁ ଉଲଙ୍ଘନ କରୁଛି । ପୁଟିନ୍ ଙ୍କ ଘୋଷଣା ପରେ ଉତ୍ତେଜଦାମୂଳକ ପରିସ୍ଥିତିକୁ ଦୃଷ୍ଟି ରେ ରଖି ମିଳିତ ଜାରିସଂଘର ସୁରକ୍ଷା ପରିଷଦ ଜରୁରୀ କାଳୀନ ବୈଠକ ଡାକିଛନ୍ତି । ଏଥିରେ ଋଷର ପଦକ୍ଷେପକୁ ନେଇ ଭାରତ ମଧ୍ୟ ନିଜର ମତ ରଖିବ ।

ଜାତିସଂଘର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ୟୁକ୍ରେନ ସଙ୍କଟ ଉପରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀକାଳୀନ ବୈଠକ ପାଇଁ ଆମେରିକା-ଫ୍ରାନ୍ସ ଏବଂ ଏହାର ସହଯୋଗୀମାନେ ସୋମବାର ଦିନ ଅନୁରୋଧ କରିଥିଲେ । ତାଜା ସୂଚନା ଅନୁଯାୟୀ, ଏହି ବୈଠକ ଏକ ଖୋଲା ଅଧିବେଶନ ହେବାକୁ ଯାଉଛି ।

ୟୁକ୍ରେନ ସଙ୍କଟ ମଧ୍ୟରେ ଆମେରିକାରୁ ରାଷ୍ଟ୍ରପତି ଜୋ ବାଇଡେନ୍ ଙ୍କ ଏକ ବୟାନ ସାମ୍ନାକୁ ଆସିଛି। ଏଥିରେ କୁହାଯାଇଛି ଯେ ୟୁକ୍ରେନ୍ ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତା ପ୍ରତି ଆମେରିକାର ପ୍ରତିବଦ୍ଧତା ବିଷୟରେ ୟୁକ୍ରେନ ରାଷ୍ଟ୍ରପତି ଭଲୋଡିମୀର ଜେଲେନସ୍କିଙ୍କ ସହ ଆମେରିକାର ରାଷ୍ଟ୍ରପତି ବାଇଡେନ୍ ଫୋନରେ କଥା ହୋଇଛନ୍ତି।

Get real time updates directly on you device, subscribe now.