fbpx

ବାସ୍କେଟବଲ କୋର୍ଟରେ ଫୁଟବଲ ଖେଳିଲେ ନନ୍: ପ୍ରଶଂସାରେ ପୋତି ପକାଇଲା ଇଣ୍ଟରନେଟ୍, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ନନ୍ ମାନଙ୍କ ଉପରେ ବିଭିନ୍ନ କଟକଣା ରହିଥାଏ । ସେମାନେ ବିବାହ କରିପାରନ୍ତି ନାହିଁ, ସେମାନଙ୍କ ସାମାଜିକ ଜୀବନ ଜୀବିକା ଉପରେ ନାନାଦି କଟକଣା ରହିଥାଏ । ତେବେ ଏକ ବାସ୍କେଟବଲ୍ କୋର୍ଟରେ ନନ୍ ମାନେ ଫୁଟବଲ ଖେଳୁଥିବାର ଦୃଶ୍ୟ ବେଶ ଭାଇରାଲ ହୋଇଛି । ଆଇଜି ଇଟାଲିଆ ନାମକ ଏକ ଆକାଉଣ୍ଟରୁ ଏହି ଭିଡିଓଟିକୁ ଶେୟାର କରାଯାଇଥିଲା । ଏକ ବାସ୍କେଟବଲ କୋର୍ଟରେ ନନ୍ ମାନେ ଫୁଟବଲ ଖେଳା ଯାଉଥିବାବେଳେ ଏହି ଭିଡିଓଟି ବେଶ ଭାଇରାଲ ହୋଇଛି ।

୪ ଜଣ ନନ୍ ଏହି ଖେଳରେ ସମ୍ପୃକ୍ତ ରହିଥିଲେ । ୪ ଜଣ ଯାକ ଖେଳକୁ ପୁରା ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା । ଏମିତିକି ଖେଳୁଥିବା ସମୟରେ ଜଣେ ନନଙ୍କ ପାଦରୁ ଚପଲ ଖସି ଯାଇଥିଲା । ଏହି ମଜାଦାର ଭିଡିଓଟି ଭାଇରାଲ ହେବା ପରେ ଏହାକୁ ନେଇ ନେଟିଜେନ ବେଶ ଖୁସି ଜାହିର କରିଛନ୍ତି । ଏହି ଭିଡିଓ ଆଜି ମୋର ଦିନ ବନେଇ ଦେଲା ବୋଲି ଜଣେ ୟୁଜର ଲେଖିଛନ୍ତି । ଏପରିକି ଜୋତା ଖସିଯିବା ଘଟଣାକୁ ମଧ୍ୟ ସମସ୍ତେ ପସନ୍ଦ କରିଛନ୍ତି ।

 

View this post on Instagram

 

A post shared by IG ITALIA ® ?? (@ig_italia)

Get real time updates directly on you device, subscribe now.