fbpx

ପାକିସ୍ତାନ ଆକାଶରେ ଉଡନ୍ତା ଥାଳିଆ: UFOଙ୍କ ଆଗମନ ସନ୍ଦେହ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଳୀ: ପାକିସ୍ତାନ ଆକାଶରେ ଦେଖିବାକୁ ମିଳିଛି ଏକ ଅଜବ ଜିନିଷ । ପାକିସ୍ତାନର ଇସଲାମାବାଦର ଆକାଶରେ ଦେଖିବାକୁ ମିଳିଛି ଏକ ତ୍ରିଭୁଜାକାର ପଦାର୍ଥ ପ୍ରାୟ ଦୁଇ ଘଣ୍ଟା ଧରି ଉଡିଥିଲା । ଏହି ବସ୍ତୁଟି କଣ ତାହା ଜଣା ପଡିନଥିଲେ ହେଁ ଏହାକୁ ୟୁଏଫଓ ବୋଲି ଅନୁମାନ କରାଯାଉଛି । ପ୍ରାୟ ଦୁଇ ଘଣ୍ଟା ଧରି ଏହା ଆକାଶରେ ରହିଥିବା ବେଳେ ଏହାକୁ ନିଜର କ୍ୟାମେରାରେ କଏଦ କରିଥିଲେ ଅର୍ସଲାନ୍ ୱାରିୟାକ୍ ।

ପ୍ରାୟ ୧୨ ମିନିଟ ଧରି ଅର୍ସଲାନ ଏହି ଭିଡିଓ ଶୁଟିଂ କରିବା ସହିତ ଏହାକୁ ୟୁଟ୍ୟୁବରେ ଅପଲୋଡ ମଧ୍ୟ କରିଥିଲେ । କଳା ରଙ୍ଗର ଏହି ବସ୍ତୁଟି ତ୍ରିଭୁଜାକାର ହୋଇଥିବା ପ୍ରକାଶ କରିଛନ୍ତି ଏହି ୩୩ ବର୍ଷୀୟ ଫଟୋଗ୍ରାଫର । ଏହାକୁ ସେ ୟୁଏଫ୍ଓ ବୋଲି ମଧ୍ୟ ବର୍ଣ୍ଣନା କରିଛନ୍ତି । ଏହି ଭିଡିଓଟି ଭାଇରାଲ ହେବା ପରେ ଏହାକୁ ନେଇ ଏକାଧିକ ଥିଓରୀ ସାମ୍ନାକୁ ଆସୁଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.