fbpx

କପି କରିବାର ବାହାର କରିଥିଲେ ନୂଆ ଟେକନିକ: କିନ୍ତୁ ପରୀକ୍ଷାରେ ଧରା ପଡିଗଲେ ଦୁଇ MBBS ଛାତ୍ର

ଭୋପାଲ: କଲେଜରେ ଚାଲିଥିଲା ମୁନ୍ନା ଭାଇ ଗଈଈଝ ରିଏଲ ଷ୍ଟୋରୀ । ରିଲ ହେଉଥିଲା ରିଏଲ । କିନ୍ତୁ ଟିକକରେ ଖେଳ ବିଗିଡିଗଲା । କୁହନ୍ତି ନା, ଚୋର ଘର ସବୁବେଳେ ଅନ୍ଧାର ନଥାଏ । ପରିକଳ୍ପିତ ସିନେମାରେ ସିନା ସମସ୍ତଙ୍କୁ ଚକମା ଦେଇ ଖସି ଯାଇଥିଲେ ହିରୋ ସଞ୍ଜୟ ଦତ୍ତ । କିନ୍ତୁ ରିଏଲ ସଞ୍ଜୟ ଦତ୍ତଙ୍କ ହାବୁଡରେ ପଡି ଯାଇଥିଲେ ରିଏଲ ବୋମନ ଇରାନୀ । ପରୀକ୍ଷାରେ କପି କରୁ କରୁ ଫସିଗଲେ ଦୁଇ ଜଣ MBBS ଛାତ୍ର । ସଞ୍ଜୁଙ୍କ ଫର୍ମୁଲାକୁ ପରୀକ୍ଷାରେ କପି କରୁଥିଲେ ଏହି ଛାତ୍ର । କିନ୍ତୁ ଫେଲ ମାରିଗଲା ପ୍ଲାନ ଆଉ ଧରା ପଡିଗଲେ ପିଲାମାନେ । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ।
ମହାତ୍ମା ଗାନ୍ଧୀ ମେଡିକାଲ କଲେଜର ଦୁଇ ଜଣ ଛାତ୍ର MBBS ପରୀକ୍ଷାରେ କପି କରୁଥିବା ବେଳେ ଧରା ପଡିଛନ୍ତି । ମାଇକ୍ରୋ ସାଇଜ ବ୍ଲୁଟୁଥ ଡିଭାଇସଗୁଡିକୁ ସର୍ଜରୀ କରି କାନରେ ଲଗାଇ ପରୀକ୍ଷାରେ ଚିଟ କରିବା ପ୍ଲାନ କରିଥିଲେ । କିନ୍ତୁ ସ୍କ୍ୱାଡ ସାହାଯ୍ୟରେ ଧରା ପଡିଯାଇଥିଲେ ଏହି ଦୁଇ ଛାତ୍ର । ଜଣେ ଛାତ୍ର ପୋଷାକରେ ତାଙ୍କ ସାର୍ଟରେ ସିମ ଥିବା ଏକ ଛୋଟ ଉପକରଣକୁ ଲୁଚାଇ ରଖିଥିଲେ । ଅନ୍ୟ ଜଣେ ଛାତ୍ର ମୋବାଇଲ ସହ ଏହାକୁ କନେକ୍ଟ କରି କପି କରିବା ପାଇଁ ବ୍ଲୁଟୁଥକୁ କାନରେ ଖଞ୍ଜିଥିଲେ । ତେବେ ଏହା ଖାଲି ଆଖିକୁ ଦେଖାଯିବା ଖୁବ ମୁସ୍କିଲ । ତେବେ ଏହି ଦୁଇ ଛାତ୍ରଙ୍କ ବିରୋଧରେ ଏବେ ମାମଲା ରୁଜୁ କରାଯାଇଥିବା ଜଣାପଡିଛି ।

Get real time updates directly on you device, subscribe now.