ୟୁକ୍ରେନର ସୁମୀ ସହର ଉପରେ ରକେଟ୍ ମାଡ଼, ୭ ବର୍ଷର ବାଳିକା ସମେତ ୬ ମୃତ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷ ଲଗାତର ଆକ୍ରମଣ କରି ଚାଲିଛି । ଲଗାତର ୪ ଦିନ ଧରି ରୁଷ ସେନା ୟୁକ୍ରେନ ଉପରେ ମିସାଇଲ୍, ରକେଟ୍ ଆଦ ଦ୍ୱାରା ଆକ୍ରମଣ କରିଚାଲିଛନ୍ତି । ରାଜଧାନୀ କିଭ୍ ଉପରେ ରୁଷ ଆକ୍ରମଣ କରି ଅଧିକାଂଶ ସହର ଉପରେ କବଜା କରିବା ଆରମ୍ଭ କରିସାରିଲାଣି । ତେବେ ଏହା ଭିତରେ ୟୁକ୍ରେନର ୨୪୦ ଜଣ ସାଧାରଣ ନାଗରିକ ଆଖି ବୁଜିଛନ୍ତି ।

ଅନ୍ୟପଟେ ରୁଷ ଆଜି ୟୁକ୍ରେନର ସୁମୀ ସହର ଉପରେ ରକେଟ୍ ମାଡ଼ କରିଛି । ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଯାଇଛି । ତେବେ ଏଥିରେ ଗୋଟିଲ ୭ ବର୍ଷର ବାଳିକାର ମୃତ୍ୟୁ ହୋଇଯାଇଛି । ଏନେଇ ୟୁକ୍ରେନର ଗଭର୍ଣ୍ଣର ଦିମିତ୍ରୀ ଜିୱିସ୍କି ସୂଚନା ଦେଇଛନ୍ତି ।

ଏହାପୂର୍ବରୁ ଖାରକିଭ୍ ରେ ଏକ ବଡ଼ ଧରଣର ଅଘଟଣ ଘଟିଯାଇଛି । ଏଥିରେ ଗ୍ୟାସପାଇପ୍ ଲାଇନ୍ ଫାଟିଯାଇଚି । ଯାହା ଫଳରେ ବିଷାକ୍ତ ଗ୍ୟାସ୍ ସହରରେ ବ୍ୟାପିଯାଇଛି । ଲୋକମାନଙ୍କୁ ନିଶ୍ୱାସ ନେବାରେ ସମସ୍ୟା ଅନୁଭବ ହୋଇଛି । ଏହି କାରଣରୁ ଲୋକମାନଙ୍କୁ ଘର କବାଟ ଓ ଝରକା ବନ୍ଦ କରିବାକୁ ପରାମର୍ଶ ଦେଇଛନ୍ତି । ଏହାସହିତ ନାକରେ ଓଦା କପଡ଼ା ଦେବାକୁ ବି କୁହାଯାଇଛି ।