ଜିମରେ ନୁହେଁ ହେଲିକପ୍ଟରରରେ ଉଡ଼ି ଉଡ଼ି ବ୍ୟାୟାମ କଲେ ଯୁବକ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ…

ସମସ୍ତେ ବ୍ୟାୟାମ ଜିମରେ କରୁଥିବାର ଦେଖିବାକୁ ମିଳେ । କିନ୍ତୁ କେହି ଆକାଶରେ ଉଡ଼ିବା ସହ ବ୍ୟାୟାମ କରିବା ଶୁଣିଛନ୍ତି କି? ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ୍ ଟ୍ରେଣ୍ଡ କରୁଛି । କାରଣ ଭିଡିଓଟିରେ ଜଣେ ବ୍ୟକ୍ତି ଆକାଶରେ ପୁଲଅପ୍ସ କରୁଥିବା ନଜର ଆସୁଛନ୍ତି ।

ଏମିତିରେ ଲୋକେ ନିଜକୁ ଫିଟ ରଖିବାକୁ କିଏ ଜିମ ଯାଉଛନ୍ତି । କେହି ବ୍ୟାୟାମ ବା ଯୋଗା କରିଥାନ୍ତି । କିନ୍ତୁ ଏହି ବ୍ୟକ୍ତି ଜଣକ ଜିମ ଯିବା ବଦଳରେ ଉଡନ୍ତା ହେଲିକପ୍ଟର ଉପରେ ପୁଲଅପ୍ସ କରିବା ଆରମ୍ଭ କରିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଆଉ ଏହି ଭିଡିଓଟିରେ ଲୋକେ ଖୁବ କମେଣ୍ଟ ମଧ୍ୟ କରିଛନ୍ତି । ତେବେ ଏହି ବ୍ୟକ୍ତି ଜଣକ ହେଲେ ଆର୍ମେନିଆର ରୋମନ ସହରାଡ୍ୟାନ । ଏହି ନିଆରା ଭିଡିଓଟିକୁ ଗିନିଜ ୱାଲ୍ଡ ରେକର୍ଡସ ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି ।

ଭିଡିଓରେ ଆପଣ ଦେଖିପାରୁଥିବେ ଯେ ହେଲିକପ୍ଟରଟି ଭୂମିରୁ ଆକାଶକୁ ଉଡିବାକୁ ଲାଗୁଛି । ଏହାପରେ ବ୍ୟକ୍ତିଜଣକ ହେଲକପ୍ଟରଟିକୁ ଧରି ଲଟକିଯାଉଛନ୍ତି । ତାରେ ପୁଲଅପ୍ସ କରିବାକୁ ଲାଗିଛନ୍ତି । ଆଉ ଏଭଳି ଲଗାତାରଭାବେ କରିଚାଲିଛନ୍ତି । ଏଭଳି ସ୍ୱତନ୍ତ୍ର ଭିଡିଓ କରି ସେ ୱାର୍ଲ୍ଡ ରେକର୍ଡରେ ସ୍ଥାନ କରିଛନ୍ତି । ଗିନିଜ ୱାଲ୍ଡ ରେକର୍ଡ ମୁତାବକ ବ୍ୟକ୍ତିଜଣକ ଗୋଟିଏ ମିନିଟରେ ୨୩ ଥର ପଲଅପ୍ସ କରିଛନ୍ତି  । ଏକ ମିନିଟରେ ଅଧିକଥର ପୁଲଅପ୍ସ କରିବାର ରେକର୍ଡ ସୃଷ୍ଟି କରିଛନ୍ତି । ସାଧାରଣତଃ ଚଳନ୍ତା ଗାଡିରେ ଚଢ଼ିବାକୁ ଲୋକେ ଖୁବ ଭୟ କରିଥାନ୍ତି । କିନ୍ତୁ ଏଠାରେ ବ୍ୟକ୍ତି ଜଣକ ଉଡନ୍ତା ହେଲିକ୍ଟ୍ଟରରେ ପୁଲ ଅପ୍ସ କରିବାକୁ ଚେଷ୍ଟା କରୁଛନ୍ତି । ଦେଖନ୍ତୁ ଭିଡିଓ…