ନୂଆଦିଲ୍ଲୀ: ମହଙ୍ଗା ହେଲା ଅମୁଲ କ୍ଷୀର । କମ୍ପାନୀ ଦେଶରେ କ୍ଷୀର ଦରରେ ୨ ଟଙ୍କା ପ୍ରତି ଲିଟର ବଢ଼ାଇଥିବା ନେଇ ଘୋଷଣା କରିଛି । ଏହି ଦରବୃଦ୍ଧି ୧ ମାର୍ଚ୍ଚ ଠାରୁ ଲାଗୁହେବ । ଗୁଜରାଟ କୋଅପରେଟିଭ୍ ମିଲ୍କ ମାର୍କେଟିଙ୍ଗ ଫେଡେରେସନ ଅର୍ଥାତ୍ (ଜିସିଏମଏମଏଫ) ଏକ ବର୍ଷ ମଧ୍ୟରେ ଦ୍ୱିତୀୟ ଥର କ୍ଷୀରର ଦାମରେ ବୃଦ୍ଧି କରିଛି । ଏହାପୂର୍ବରୁ କ୍ଷୀରର ଦାମ ଗତ ବର୍ଷ ଜୁଲାଇରେ ବୃଦ୍ଧି ହୋଇଥିଲା । ଦାମରେ ବୃଦ୍ଧି ଅମୁଲ ମିଲ୍କର ସବୁ ବ୍ରାଣ୍ଡ ଉପରେ ଲାଗୁହେବ ।
ଏନେଇ ଜିସିଏମଏମଏଫ କହିଛି ଯେ ଉତ୍ପାଦନ ମୂଲ୍ୟରେ ବୃଦ୍ଧି ହେତୁ ଏହି ଦାମ ବୃଦ୍ଧି ହୋଇଛି । କମ୍ପାନୀ ତରଫରୁ କୁହାଯାଇଛି ଯେ ପ୍ୟାକେଜିଙ୍ଗ, ପରିବହନ, ଶକ୍ତି, ଏବଂ ପଶୁ ଆହାରର ଦର ବୃଦ୍ଧି ହେତୁ କ୍ଷୀରର ଦାମ ବୃଦ୍ଧି ପାଇଛି ।
କମ୍ପାନୀ ଅନୁଯାୟୀ ଗତ ୨ ବର୍ଷରେ ଅମୁଲ ଏହାର ତାଜା କ୍ଷୀର ଶ୍ରେଣୀର ଦାମରେ ପ୍ରତିବର୍ଷ କେବଳ ୪ ପ୍ରତିଶତ ବୃଦ୍ଧି କରିଛି । ଜିସିଏମଏମଏଫ ଅନୁଯାୟୀ କମ୍ପାନୀ ଗ୍ରାହକଙ୍କ ଠାରୁ ମିଳୁଥିବା ପ୍ରତି ୧ ଟଙ୍କାରୁ ୮୦ ପଇସା କ୍ଷୀର ଉତ୍ପାଦକଙ୍କୁ ଦେଇଥାଏ ।