fbpx

AC ପରି କାନ୍ଥରେ ଝୁଲୁଛି ଏହି କୁଲର: ୧ ମିନିଟରେ ଘରକୁ କରୁଛି ଥଣ୍ଡା, ବିଦ୍ୟୁତ ବିଲ୍ ଆସିବ ଅଧାରୁ ବି କମ୍

ନୂଆଦିଲ୍ଲୀ : ଶୀତ ସରିଥିବା ବେଳେ ଧିରେ ଧିରେ ଗୀଷ୍ମଋତୁ ପ୍ରବେଶ କରିବାରେ ଲାଗିଛି । ଗରମ ପାଇଁ ଲୋକମାନେ AC, କୁଲର ଓ ଫ୍ୟାନକୁ ସଜାଡୁଛନ୍ତି । ଅନେକ ଲୋକ AC ଲଗାଇବାକୁ ସମକ୍ଷ ନୁହଁନ୍ତି । ଏଥିପାଇଁ ସେମାନେ କୁଲର ଉପରେ ନିର୍ଭର କରନ୍ତି । ଯଦି ଆପଣ ନୂଆ କୁଲର କିଣିବାକୁ ଚାହୁଁଛନ୍ତି, ତେବେ ବଜାରରେ ଅନେକ ପ୍ରକାରର କୁଲର ଆପଣଙ୍କୁ ମିଳିଯିବ । କିନ୍ତୁ ଆପଣ ଜାଣନ୍ତି କି, ବଜାରରେ ଏପରି ଏକ କୁଲର ଅଛି ଯାହା ବିଲକୁଲ AC ଭଳି ଥଣ୍ଡା ଦେବ । କମ୍ ବିଦ୍ୟୁତରେ ଏହି କୁଲର ବିଲକୁଲ AC ଭଳି ଥଣ୍ଡା ପବନ ଦେବ ।

ତେବେ ଏହା ଦୁନିଆର ପ୍ରଥମ ଏପରି କୁଲର ଯାହା AC ପରି କାନ୍ଥରେ ଝୁଲିରହୁଛି । ଆମେ ଏଠାରେ ସିମ୍ଫୋନୀ କ୍ଲାଉଡ୍ ବିଷୟରେ କଥା ହେଉଛି । ଏହା ଦେଖିବାକୁ ବିଲକୁଲ AC ପରି ଲାଗିବ, କିନ୍ତୁ ଏହା କୁଲର । ଏହାକୁ ରିମୋଟରେ କଣ୍ଟୋଲ କରାଯିବ ଓ ବାରମ୍ବାର ପାଣି ଢାଳିବାକୁ ବି ପଡ଼ିବନି । ତେବେ ଆସନ୍ତୁ ଜାରିବା ଏହା ବିଷୟରେ…

Symphony Cloud Personal Cooler ର କ୍ଷମତା ୧୫ ଲିଟର ରହିଛି । ଅର୍ଥାତ୍ ଏଥିରେ ୧୫ ଲିଟରର ପାଣି ଟାଙ୍କି ଅଛି । ଏହା ପ୍ରାୟ ୨୦୦୦ ବର୍ଗଫୁଟ ପର୍ଯ୍ୟନ୍ତ ଥଣ୍ଡା ଦେଇଥାଏ । ଏହା ତିନୋଟି ପାର୍ଶ୍ୱ କୁଲିଂ ପ୍ୟାଡ୍ ସହିତ ଆସିଥାଏ । ଗରମ ସମୟରେ ମଧ୍ୟ ଏହା ଘରକୁ ଥଣ୍ଡା କରିପାରେ । ଆର୍ଦ୍ରତାକୁ ହଟାଇବା ପାଇଁ ଏଥିରେ ଏକ ଡିହମାଇଡିଫିକେସନ୍ ସିଷ୍ଟମ୍ ଦିଆଯାଇଛି । ଏହା ରିମୋର୍ଟରେ ଚାଲୁଥିବାରୁ ଆପଣଙ୍କୁ ବାରମ୍ବାର ଉଠିବାକୁ ପଡିବ ନାହିଁ ।

Symphony Cloud Personal Cooler with Remoteର ଲଞ୍ଚ ମୂଲ୍ୟ ୧୪,୯୯୯ ଟଙ୍କା ରହିଛି । କିନ୍ତୁ ଏହା ଫ୍ଲିପକାର୍ଟରୁ ୧୩,୪୯୯ ଟଙ୍କାରେ ଆପଣଙ୍କୁ ମିଳିଯିବ । ଏହି କୁଲରରେ ୧୦% ରିହାତି ଦିଆଯାଉଛି । ଯଦି ଆପଣ ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡ ସହିତ ପେମେଣ୍ଟ କରନ୍ତି, ତେବେ ଆପଣଙ୍କୁ ୬୭୫ ଟଙ୍କା କ୍ୟାସବ୍ୟାକ୍ ମିଳିବ । ଅର୍ଥାତ୍ କୁଲରକୁ ଆପଣ ୧୨,୮୨୪ ଟଙ୍କାରେ କିଣିପାରିବେ ।

Get real time updates directly on you device, subscribe now.