ଏପରି ପାନକାର୍ଡରେ ଲାଗୁଛି ୧୦ ହଜାର ଟଙ୍କାର ଜରିମାନା, ଜାଣନ୍ତୁ କ’ଣ ରହିଛି ନିୟମ?

ନୂଆଦିଲ୍ଲୀ: ପାନ୍ କାର୍ଡଧାରୀଙ୍କ ଆସିଛି ବଡ଼ ଖବର । ପାନ୍ କାର୍ଡଧାରୀଙ୍କ ସେମାନଙ୍କ ସ୍ଥାୟୀ ଆକାଉଣ୍ଟ ନମ୍ବର(ପାନ୍)କୁ ଆଧାର କାର୍ଡ ସହ ଲିଙ୍କ କରିବାକୁ ପରାମର୍ଶ ଦିଆଯାଇଛି । ଯଦି ଆପଣ ଏହି ଡେଡଲାଇନ୍ ପୂର୍ବରୁ ନିଜର ପାନକୁ ଆଧାରକାର୍ଡ ସହ ଲିଙ୍କ୍ ନକରନ୍ତି, ତେବେ ଆପଣଙ୍କ ପାନ୍ କାର୍ଡ ନିଷ୍କ୍ରିୟ ହୋଇଯିବ । ଏହା ବ୍ୟତୀତ ଆପଣଙ୍କୁ ପାନ୍ ଆଧାର ଲିଙ୍କ କରିବାକୁ ୧୦୦୦ ଟଙ୍କା ଦେବାକୁ ପଡିବ ।

କେବଳ ଏତିକି ନୁହେଁ, ଯେଉଁଠାରେ ପାନ୍ କାର୍ଡ ପ୍ରସ୍ତୁତ କରିବା ଆବଶ୍ୟକ ରହିଛି , ସେଠାରେ ବ୍ୟକ୍ତି ଜଣକ ମ୍ୟୁଚୁଆଲ୍ ଫଣ୍ଡ, ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଆଦିରେ ନିବେଶ କରିପାରିବେନି । ଏହା ବ୍ୟତୀତ ଯଦି ବ୍ୟକ୍ତି ଜଣକ ଏକ ଅବୈଧ ପାନ୍ କାର୍ଡ ପ୍ରସ୍ତୁତ କରିଛନ୍ତି, ତେବେ ଆୟକର ଅଧିନିୟମ ୧୯୬୧ ର ଧାରା ୨୭୨ଏନ ଅନୁସାରେ ତାଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ ।

ଆସନ୍ତୁ ଜାଣିବା ଅନଲାଇନରେ କିପରି କରିବେ ଲିଙ୍କ୍ ?

– ସର୍ବପ୍ରଥମେ ଇନକମ ଟ୍ୟାକ୍ସ ୱେବସାଇଟକୁ ଯାଆନ୍ତୁ ।
-ଆଧାର କାର୍ଡରେ ଦିଆଯାଇଥିବା ନାମ, ପାନ୍ ନମ୍ବର ଓ ଆଧାର ନମ୍ବର ଏଣ୍ଟର କରନ୍ତୁ ।
-ଯଦି ଆଧାର କାର୍ଡରେ କେବଳ ଜନ୍ମ ବର୍ଷ ଦିଆଯାଏ, ତେବେ ବର୍ଗକୁ ଟିକ୍ କରନ୍ତୁ ।
– ବର୍ତ୍ତମାନ କ୍ୟାପଚା କୋଡ୍ ପ୍ରବେଶ କରନ୍ତୁ ।
– ଏବେ ଲିଙ୍କ୍ ଆଧାର ବଟନ୍ ଉପରେ କ୍ଲିକ୍ କରନ୍ତୁ ।
– ଆପଣଙ୍କ ପାନ୍ ଆଧାର ସହିତ ଲିଙ୍କ୍ ହେବ ।

ଆପଣ SMS ମାଧ୍ୟମରେ କରିପାରିବେ ଲିଙ୍କ୍ :-
ଆପଣ ନିଜ ଫୋନରେ ୟୁଆଇଡିପିଏଏନ ଟାଇପ୍ କରିବାକୁ ପଡିବ । ଏହା ପରେ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଲେଖନ୍ତୁୁ । ତା’ପରେ ୧୦ ଅଙ୍କ ବିଶିଷ୍ଟ ପାନ ନମ୍ବର ଏଣ୍ଟର କରନ୍ତୁ । ବର୍ତ୍ତମାନ ଷ୍ଟେପ୍ ୧ ରେ କୁହାଯାଇଥିବା ମେସେଜକୁ ୫୬୭୬୭୮ କିମ୍ବା ୫୬୧୬୧ ରେ ପଠାନ୍ତୁ ।