କ୍ୱାଡକୁ ଏହାର ମୂଳ ଲକ୍ଷ୍ୟ ଧରି ରଖିବାକୁ ପଡ଼ିବ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଲାଗିରହିଛି ଯୁଦ୍ଧ ବିଭୀଷିକା । ଯୁଦ୍ଧକୁ ନେଇ ଅନେକ ଦେଶ ଋଷ ଉପରେ ବିଭିନ୍ନ ପ୍ରତିବନ୍ଧକ ଲଗାଇଛନ୍ତି । ଏମିତିକି ଜାତିସଂଘରେ ମଧ୍ୟ ଋଷ ଯୁଦ୍ଧ ବନ୍ଦ କରିବାକୁ ଅଧିକାଂଶ ଦେଶ ସମର୍ଥନ କରିଛନ୍ତି ।

ସେପଟେ ଗୁରୁବାର ଋଷ-ୟୁକ୍ରେନ ସଂକଟ ମଧ୍ୟରେ କ୍ୱାଡ ବୈଠକ ହୋଇଛି । ଆମେରିକା, ଭାରତ, ଜାପାନ ଓ ଅଷ୍ଟ୍ରେଲିଆ ସାମିଲ ହୋଇଛନ୍ତି । କ୍ୱାଡ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ, ବାଇଡେନ ଉପସ୍ଥିତ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୟାନ ଦେଇ କହିଛନ୍ତି ଯେ କୂଟନୀତି ଓ କଥାବାର୍ତ୍ତା ଜରିଆରେ ୟୁକ୍ରେନ ସଂକଟ ଦୂର ହେଉ । କ୍ୱାଡକୁ ତାର ମୂଳ ଲକ୍ଷ୍ୟ ଧରି ରଖିବାକୁ ପଡ଼ିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସେପଟେ ଜାତିସଂଘ ମାନବାଧିକାର ପରିଷଦର ୪୯ ତମ ବୈଠକରେ ଭାରତ ବୟାନ ରଖି କହିଛି ଯେ ୟୁକ୍ରେନରେ ତୁରନ୍ତ ହିଂସା ବନ୍ଦ ହୋଇ ଶତ୍ରୁତାର ସମାପ୍ତି ଘଟୁ । ଜୀବନ ବିନିମୟରେ ସମାଧାନ ଆସିପାରିବ ନାହିଁ । ବିବାଦ ଓ ମତଭେଦ ଦୂର ଲାଗି କଥାବାର୍ତ୍ତା ହିଁ ଏକମାତ୍ର ପନ୍ଥା । ଆଗାମୀ ଦିନରେ ମାନବିକ ସହାୟତା ଅଧିକ ଯୋଗାଯିବ ବୋଲି କହିଛି ଭାରତ ।