fbpx

ରିଲିଜ ହେଲା ‘ଟାଇଗର-୩’ ର ଟିଜର: ପରଦାରେ ଧୁମ୍ ମଚାଇବ ସଲମାନ-କ୍ୟାଟ୍ରିନାଙ୍କ ଆକ୍ସନ ସିନ୍, ରିଲିଜ ଡେଟ୍…

ମୁମ୍ବାଇ: ସଲମାନ ଖାନଙ୍କ ଆଗାମୀ ଫିଲ୍ମ ‘ଟାଇଗର-୩’ର ରିଲିଜ ଡେଟ ସହ ଏହାର ଟିଜର ରିଲିଜ ହୋଇଛି । ଯାହାକୁ ନେଇ ଫ୍ୟାନ୍ସ ଅନେକ ଦିନରୁ ଅପେକ୍ଷା କରିଥିଲେ । ତେବେ ଫ୍ୟାନଙ୍କ ଅପେକ୍ଷାର ଅନ୍ତ ଘଟାଇ ୟଶରାଜ୍ ଫିଲ୍ମ ସଲମାନ ଏବଂ କ୍ୟାଟ୍ରିନାଙ୍କ ଅଭିନୀତ ଫିଲ୍ମ ‘ଟାଇଗର-୩’ ର ଟିଜର ରିଲିଜ କରିଛି । ଆଉ ଏହାକୁ ଲୋକମାନେ ପସନ୍ଦ ମଧ୍ୟ କରୁଛନ୍ତି ।

ଟିଜରରେ କ୍ୟାଟ୍ରିନା ଏବଂ ସଲମାନ ଉଭୟ ଜବରଦସ୍ତ ଆକ୍ସନ ସିନ କରୁଥିବାର ନଜର ଆସିଛନ୍ତି । ଟିଜରକୁ ଶେୟାର କରିବା ସହ ସଲମାନ ସମସ୍ତେ ନିଜର ଯତ୍ନ ନେବାକୁ କହିବା ସହ ୨୦୨୩ ଇଦ୍ ରେ ଟାଇଗର ୩ ରିଲିଜ ହେବା ନେଇ ସୂଚନା ଦେଇଛନ୍ତି । ୨୧ ଏପ୍ରିଲ ୨୦୨୩ ରେ ଏହି ଫିଲ୍ମ ବଡ଼ ପରଦାରେ ରିଲିଜ ହେବ । ଏହି ଫିଲ୍ମ ସହ ୟଶରାଜ ଫିଲ୍ମ ଏହାର ୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବାକୁଯାଉଛି । ଦେଖନ୍ତୁ ଟିଜର…

Get real time updates directly on you device, subscribe now.