fbpx

ଟ୍ରେନ ଇଞ୍ଜିନରେ ଭୟଙ୍କର ଅଗ୍ନିକାଣ୍ଡ: ଧକ୍କା ମାରି କୋଚକୁ ଅଲଗା କଲେ ଯାତ୍ରୀ, ସାମ୍ନାକୁ ଆସିଲା Video

ମେରଠ: ଉତ୍ତରପ୍ରଦେଶର ସାହାରନପୁରରୁ ଦିଲ୍ଲୀ ଯାଉଥିବା ଏକ ପାସେଞ୍ଜର ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଘଟଣା ସାମ୍ନାକୁ ଆସିଛି । ଅଗ୍ନିକାଣ୍ଡରେ ଟ୍ରେନର ଇଞ୍ଜିନ ଏବଂ ବଗି ପୋଡିଜଳି ପାଉଁଶ ହୋଇଯାଇଛି । ମେରଠରୁ ଦୌରାଲା ଷ୍ଟେସନରେ ଘଟିଛି ଏହି ଅଗ୍ନିକାଣ୍ଡ । ଟ୍ରେନର ବ୍ରେକ୍ ଜାମ୍ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଏଥିରେ କୌଣସି ମୃତାହତର ସୂଚନା ମିଳିନାହିଁ ।

ତେବେ ଟ୍ରେନରେ ନିଆଁ ଲାଗିବା ପରେ କୋଚକୁ ସର୍ବପ୍ରଥମେ ଅଲଗା କରାଯାଇଥିଲା । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଯାତ୍ରୀମାନେ କୋଚକୁ ଅଲଗା କରିବାକୁ ଟ୍ରେନକୁ ଧକ୍କା ଦେଉଥିବା ନଜର ଆସିଛନ୍ତି । ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ, ଟ୍ରେନ୍ ଦୌରାଲା ଷ୍ଟେସନରେ ପହଞ୍ଚିବା ମାତ୍ରେ ଏହାର ଇଞ୍ଜିନ ତଳୁ ନିଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଇଞ୍ଜିନ ନିକଟରେ ଥିବା ବିଗରେ ଯାତ୍ରୀମାନେ ଯେତେବେଳେ ପାଦ ତଳେ ଧୂଆଁ ଏବଂ ସ୍ପାର୍କଂ ହେଉଥିବାର ଦେଖିଥିଲେ ପରେ ସେମାନେ ଟ୍ରେନରୁ ବାହାରି ପ୍ଲାଟଫର୍ମରେ ଦୌଡ଼ିଥିଲେ । ପରେ ଅନ୍ୟ ଯାତ୍ରୀ ଏବଂ ଡ୍ରାଇଭରଙ୍କୁ ସତର୍କ କରାଯାଇଥିଲା । ଭୟଙ୍କର ନିଆଁରେ କିଛି ସମୟ ମଧ୍ୟରେ ବଗି ପାଉଁଶ ହୋଇଯାଇଥିଲା । ସୌଭାଗ୍ୟବଶତଃ ନିଆଁ ସମ୍ପୂର୍ଣ୍ଣ ଲାଗିବା ପୂର୍ବରୁ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବାହାରକୁ ଚାଲିଆସିଥିଲେ । ଦମକଳ ବାହିନୀର ୭ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

Get real time updates directly on you device, subscribe now.