fbpx

ମରିପଲ ସହରରେ ରୁଷିଆର ବୋମାମାଡ଼: ୟୁକ୍ରେନକୁ ସହାୟତା ନେଇ ବାଇଡେନ୍-ଜେଲେନସ୍କିଙ୍କ ମଧ୍ୟରେ ଆଲୋଚନା

କିଭ: ୟୁକ୍ରେନ ଉପରେ ପୁଣି ଜୋରଦାର ଆକ୍ରମଣ କରିଛି ରୁଷିଆ । ୟୁକ୍ରେନର ବନ୍ଦର ସହର ମରିପଲକୁ ରୁଷୀୟ ସେନା ଟାର୍ଗେଟ କରିଛନ୍ତି । ମରିପଲ ସହର ଉପରକୁ ରୁଷୀୟ ସେନା ଘନ ଘନ ବୋମାମାଡ଼ କରୁଥିବା ଘଟଣା ସାମ୍ନାକୁ ଆସୁଛି । ବୋମାମାଡ଼ ଫଳରେ ବିଦ୍ୟୁତ, ଜଳ, ଖାଦ୍ୟ ଯୋଗାଣ ଓ ଗମନାଗମନ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି ।

ଏହାରି ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଫୋନରେ କଥା ହୋଇଛନ୍ତି ବାଇଡେନ୍ । ୟୁକ୍ରେନକୁ ସୁରକ୍ଷା ଓ ଆର୍ଥିକ ସହାୟତା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଜପୋରଝଝିଆ ପରମାଣୁ ଶକ୍ତି କେନ୍ଦ୍ରର ବର୍ତ୍ତମାନ ସ୍ଥିତିକୁ ନେଇ ମଧ୍ୟ ଆଲୋଚନା ହୋଇଛି । ଏହାକୁ ମିଶାଇ ଚଳିତ ସପ୍ତାହରେ ଉଭୟ ନେତାଙ୍କ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଆଲୋଚନା ହୋଇଛି ।

Get real time updates directly on you device, subscribe now.