fbpx

ୟୁକ୍ରେନ ଉପରେ ହମଲା ଜାରି, ଘର ଉପରେ ପଡ଼ିଲା ୫୦୦ କିଲୋର ବିଶାଳକାୟ ବମ୍; ଦେଖନ୍ତୁ ଫଟୋ

କିଭ୍: ୟୁକ୍ରେନର ରାଜଧାନୀ କିଭ୍ ଉପରେ ଲଗାତର ଭାବରେ ଆକ୍ରମଣ ଜାରି ରହିଛି । ରୁଷ ସେନା କିଭ୍ କୁ ଚାରି ପଟରୁ ଘେରି ହୋଇ ରହିଛନ୍ତି ଓ ବୋମାମାଡ଼-ମିସାଇଲ୍-ରକେଡ୍ ମାଡ଼ ଜାରି ରଖିଛନ୍ତି । ଏହା ଭିତରେ ୟୁକ୍ରେନର ବିଭିନ୍ନ ସହର ଧ୍ୱଂସ ହେବାରେ ଲାଗିଛି । ଏପରି ସ୍ଥଳେ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୀ କଲେୱା ଦୁଃଖ ପ୍ରକାଶ କରିଛନ୍ତି । ସେ ଏକ ବିଶାଳକାୟ ବମ୍ ର ଫଟୋ ସେୟାର୍ କରିଛନ୍ତି ଓ କହିଛନ୍ତି ଯେ, ଏହିଭଳି ବମ୍ ତାଙ୍କ ଦେଶର ଲୋକମାନଙ୍କର ଜୀବନ ନେଉଛି । ଏହା ସହିତ ୟୁକ୍ରେନକୁ ଲଢ଼ୁଆ ବିମାନ ଦେବାକୁ ବି ଅପିଲ୍ କରିଛନ୍ତି ।

କଲେୱା ନିଜର ଟୁଇଟର୍ ହ୍ୟାଣ୍ଡେଲରେ କହିଛନ୍ତି ଯେ, “ଏହି ଭୀଷଣ ୫୦୦ କିଲୋର ରୁଷୀ ବମ୍ ଚେରନୀହିବ୍ ରେ ଏକ ଘର ଉପରେ ପଡ଼ିଛି । ହେଲେ ଏହା ଫାଟି ନାହିଁ । ଅନେକ ବମ୍ ଫାଟି ସାରିଛି ଯାହା ନିର୍ଦ୍ଦୋଷ ପୁରୁଷ, ମହିଳା ଓ ଛୋଟ ପିଲାମାନଙ୍କ ଜୀବନ ନେଉଛି । ଆମକୁ ଓ ଆମ ଲୋକମାନଙ୍କୁ ରୁଷୀ ବର୍ବ ରତାରୁ ବଞ୍ଚାଇବାରେ ସାହାଯ୍ୟ କରନ୍ତୁ । ଆମର ବିମାନ ବନ୍ଦରରକୁ ବନ୍ଦ କରିବାରେ ଆମକୁ ସାହାଯ୍ୟ କରନ୍ତୁ । ଲଢ଼ୁଆ ବିମାନ ଦିଅନ୍ତୁ । କିଛି ବି କରନ୍ତୁ!” ।

Get real time updates directly on you device, subscribe now.