fbpx

ପ୍ରତିରକ୍ଷାରେ ‘ଆତ୍ମ ନିର୍ଭର’ ହେବା ପାଇଁ ସରକାର ନେଲେ ବଡ ପଦକ୍ଷେପ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରଣାଳୟ ଯୁଦ୍ଧାସ୍ତ୍ର ନିର୍ମାଣ ଏବଂ ପରୀକ୍ଷଣ ମାମଲାରେ ‘ଆତ୍ମ ନିର୍ଭର’ ହେବା ଦିଗରେ ବଡ ପଦକ୍ଷେପ ଗ୍ରହଣ କରିଛି। ମନ୍ତ୍ରଣାଳୟ କେନ୍ଦ୍ର କ୍ୟାବିନେଟକୁ ଏକ ସ୍ଵତନ୍ତ୍ର ଏଜେନ୍ସି ଗଠନ କରିବାକୁ ପ୍ରସ୍ତାବ ଦେଇଛି। ଏହି ଏଜେନ୍ସି ଯୁଦ୍ଧାସ୍ତ୍ର ପରୀକ୍ଷଣ ଏବଂ ଯାଞ୍ଚ ଉପରେ କାମ କରିବ। ଏହି ସଂସ୍ଥା ଘରୋଇ ସେକ୍ଟରର କମ୍ପାନୀ ଦ୍ଵାରା ନିର୍ମିତ ଅସ୍ତ୍ର ଶସ୍ତ୍ର ଏବଂ ପ୍ରତିରକ୍ଷା ଉପକରଣ ଯାଞ୍ଚ ଏବଂ ସମୀକ୍ଷା କରିବ।

ଚଳିତ ବର୍ଷ କେନ୍ଦ୍ରୀୟ ବଜେଟରେ ଏହାର ଉଲ୍ଲେଖ କରାଯାଇଥିଲା ଯେ, ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ସ୍ଵତନ୍ତ୍ର ଟେଷ୍ଟିଂ ଆଣ୍ଡ ସାର୍ଟିଫିକେସନ କମିଟି ଗଠନ କରିବ। ଭାରତରେ ଘରୋଇ ଉପକରଣ ନିର୍ମାତାକାରୀ କମ୍ପାନୀଙ୍କ ପାଇଁ ଏହା ବହୁତ ବଡ ପଦକ୍ଷେପ ସାବ୍ୟସ୍ତ ହୋଇପାରେ। ଏଥିରେ ଘରୋଇ କମ୍ପାନୀ ପକ୍ଷରୁ ପ୍ରତିରକ୍ଷା ଉପକରଣ ଯୋଗାଣରେ ବୃଦ୍ଧି ଘଟିପାରେ।

ଏଜେନ୍ସି ଏହା ଉପରେ ନଜର ରଖିବେ ଯେ, କୌଣସି ଘରୋଇ କମ୍ପାନୀ ଭୁଲ୍ ପ୍ରକ୍ରିୟାରେ ପ୍ରତିରକ୍ଷା ଉପକରଣର ସାର୍ଟିଫିକେଟ୍ ହାସଲ କରୁ ନାହିଁ ତ। ଏମିତି କି କୌଣସି ସରକାରୀ ଲାବୋରାଟୋରୀରେ କିଛି ଗଡବଡ ହେଉନି ତ, ଯାହା ଜରିଆରେ କମ ଗୁଣବତ୍ତା ଯୁଦ୍ଧାସ୍ତ୍ରର ରପ୍ତାନୀ କରାଯିବ। ଏଜେନ୍ସି ଏହି ସବୁ ଗୁରୁତ୍ଵପୂର୍ଣ୍ଣ ଦିଗ ଉପରେ ଧ୍ୟାନ ଦେବେ।

 

Get real time updates directly on you device, subscribe now.