fbpx

ଭାରତ-ଶ୍ରୀଲଙ୍କା ପିଙ୍କ୍‌ବଲ୍‌ ଟେଷ୍ଟ: ଷ୍ଟାଡିୟମରେ ମ୍ୟାଚ୍ ଉପଭୋଗ କରିବେ ୩୦ ହଜାର ଦର୍ଶକ

ବେଙ୍ଗାଲୁର : ଆଜି ସ୍ଥାନୀୟ ଚିନାସ୍ୱାମୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଥିବା ଭାରତ-ଶ୍ରୀଲଙ୍କା ପିଙ୍କବଲ ଟେଷ୍ଟକୁ ଉପାଭାଗ କରିବେ ୩୩ ହଜାର ଦର୍ଶକ । କରୋନା ଯୋଗୁ ଷ୍ଟାଡିୟମରେ ଦର୍ଶକଙ୍କ ଉପସ୍ଥିତିକୁ ବିସିସିଆଇ ଅନୁମତି ଦେଉ ନ ଥିଲା । ମାତ୍ର କରୋନା ପ୍ରଭାବ ଧୀରେ ଧୀରେ ହ୍ରାସ ପାଇବା ଦୃଷ୍ଟିରୁ ଦର୍ଶକ କ୍ଷମତାର ୫୦% ଲୋକଙ୍କୁ ଷ୍ଟାଡିୟମରେ ବସି ମ୍ୟାଚ ଉପଭୋଗ ସୁଯୋଗ ଦେବାକୁ ବିସିସିଆଇ ଅନୁମତି ଦେଇଥିଲା । ମାତ୍ର ଶତ ପ୍ରତିଶତ ଦର୍ଶକଙ୍କୁ ମ୍ୟାଚ ଉପଭୋଗ ସୁଯୋଗ ଦେବା ପାଇଁ କର୍ଣ୍ଣାଟକ ସରକାର ଅନୁମତି ଦେଇଛନ୍ତି । ତେଣୁ ପୂର୍ବରୁ ଅଧିକାଂଶ ଟିକେଟ ବିକ୍ରି ସରିଥିବା ବେଳେ ଅବଶିଷ୍ଟ ଟିକେଟ ଶେଷ ହୋଇ ଯିବ ବୋଲି କର୍ଣ୍ଣାଟକ ଷ୍ଟେଟ କ୍ରିକେଟ ଆସୋସିଏସନ ସେକ୍ରେଟାରୀ ସନ୍ତୋଷ ମେନନ କହିଛନ୍ତି ।

ଭାରତୀୟ ଦଳ ମୁଖ୍ୟକୋଚ ରାହୁଲ ଦ୍ରାବିଡ ଓ ମ୍ୟାଚ ରେଫରୀ ଜଭାଗଲ ଶ୍ରୀନାଥ ଗୁରୁବାର ଦିନ ସଂଧ୍ୟାରେ ଏହି ଷ୍ଟାଡିମୟ ପରିଦର୍ଶନ କରି ମ୍ୟାଚ ଆୟେଜନ ସମ୍ପର୍କରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା ଯେ ପ୍ରଥମ ଥର ପାଇଁ ଏହି ଷ୍ଟାଡିୟମରେ ଫ୍ଲଡ ଲାଇଟ ଯୋଗେ ଦିବାରାତ୍ର ଟେଷ୍ଟ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ସୂଚନା ଯୋଗ୍ୟ ଯେ ଜଭାଗାଲ ଶ୍ରୀନାଥଙ୍କର ଏହି ଘରୋଇ ଷ୍ଟାଡିମୟରେ ଅନେକ ସ୍ମରଣୀୟ ମ୍ୟାଚ ଖେଳିଛନ୍ତି । ତେବେ ଆଜକୁ ୨୬ ବର୍ଷ ତଳେ ଏଠାରେ ଅନୁଷ୍ଠିତ ପାକିସ୍ତାନ ବିପକ୍ଷ ୧୯୯୬ ଦିନିକିଆ କ୍ରିକେଟ ବିଶ୍ୱକପର କ୍ୱାର୍ଟରଫାଇନାଲ ମ୍ୟାଚରେ ଶ୍ରୀନାଥ କମାଲ ଦେଖାଇ ଥିବା ବେଳେ ଭାରତ ବିଜୟୀ ହୋଇଥିଲା । ସେହିପରି ରାହୁଲ ଦ୍ରାବିଡ ୨୦୧୦ରେ ଏହି ଷ୍ଟାଡିମୟରେ ଅଷ୍ଟ୍ରେଲିଆ ବିରୋଧରେ ଖେଳିଥିଲେ ଶେଷ ଟେଷ୍ଟ ମ୍ୟାଚ । ତେଣୁ ଉଭୟଙ୍କର ଏହା ଘରୋଇ ଷ୍ଟାଡିୟମ ହୋଇ ଥିବାରୁ ଶ୍ରୀଲଙ୍କା ବିପକ୍ଷ ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ ପାଇଁ କିପରି ରଣନୀତି ପ୍ରସ୍ତୁତ କରାଯିବ ସେ ସମ୍ପର୍କରେ ଆଲୋଚନା କରିଛନ୍ତି ।

ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ଭାରତ ଫେବରିଟ୍‌ ଦଳ ଭାବେ ପଡ଼ିଆକୁ ଓହ୍ଲାଇବ । ପ୍ରଥମ ଟେଷ୍ଟ୍‌କୁ ତିନି ଦିନ ଭିତରେ ଜିତି ନେଇଥିବା ଭାରତ ମଧ୍ୟ ଏହି ପ୍ରତୀକ୍ଷିତ ମ୍ୟାଚ୍‌କୁ ଜିତି ଦୁଇ ଟିକିଆ ଶୃଙ୍ଖଳାରେ ମୂଳପୋଛ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିବ । ଭାରତ ମାତ୍ର ତିନି ବର୍ଷ ତଳେ ଅର୍ଥାତ୍‌ ୨୦୧୯ରେ ଐତିହାସିକ ଇଡେନ୍‌ ଗାର୍ଡେନ୍ସ ଷ୍ଟାଡିୟମ୍‌ରେ ବାଂଲାଦେଶ ବିପକ୍ଷରେ ପ୍ରଥମ ଦିବାରାତ୍ର ଟେଷ୍ଟ୍‌ ଖେଳିଥିଲା ।ଏହାକୁ ଭାରତ ଅତି ସହଜରେ ଜିତି ନେଇଥିଲା । ୨୦୨୦ରେ ଆଡିଲେଡ୍‌ ଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିବା ଦିବାରାତ୍ର ଟେଷ୍ଟ୍‌ରେ କିନ୍ତୁ ଭାରତ ଲଜ୍ଜାଜନକ ପରାଜୟ ବରଣ କରିଥିଲା । ସେହି ମ୍ୟାଚ୍‌ର ପ୍ରଥମ ପାଳିରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ ମାତ୍ର ୩୬ ରନ୍‌ ରେ ଅଲଆଉଟ୍‌ ହୋଇଥିଲା । ଯାହା ଟେଷ୍ଟ୍‌ କ୍ରିକେଟ୍‌ରେ ତରତର ସର୍ବନିମ୍ନ ଦଳଗତ ସ୍କୋର ଥିଲା ।

ଭାରତୀୟ ଅଧିନାୟକ ରୋହିତ ଶର୍ମା ଏହି ଅବସରରେ ୪୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବେ । ଖେଳିଲେ ସେ ନବମ ଭାରତୀୟ ଭାବେ ଏହି କୀର୍ତ୍ତିମାନର ଅଧିକାରୀ ହେବେ । ରୋହିତ ଏ ପର୍ଯ୍ୟନ୍ତ ୪୪ ଟେଷ୍ଟ୍‌, ୨୩୦ ଦିନିକିଆ ଏବଂ ୧୨୫ ଟ୍ୱେଣ୍ଟି-୨୦ ସହ ମୋଟ ୩୯୯ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି । ତାଙ୍କ ପୂର୍ବରୁ ୪୦୦ରୁ ଊର୍ଧ୍ୱ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ଭାରତୀୟ ଖେଳାଳିମାନେ ହେଲେ ସଚିନ ତେନ୍ଦୁଲକର (୬୬୪), ମହେନ୍ଦ୍ର ସିଂହ ଧୋନି (୫୩୮), ରାହୁଲ ଦ୍ରାବିଡ଼ (୫୦୯), ବିରାଟ କୋହଲି (୪୫୭), ମହମ୍ମଦ ଆଝାରୁଦ୍ଦିନ (୪୩୩), ସେ?ରଭ ଗାଙ୍ଗୁଲି (୪୨୪), ଅନିଲ କୁମ୍ବଲେ (୪୦୩) ଓ ଯୁବରାଜ ସିଂହ (୪୦୨) ।

Get real time updates directly on you device, subscribe now.