fbpx

ରେଳବାଇର ଖାଲି ଜାଗାରେ ଖୋଲିବ ଫୁଡ ପ୍ଲାଜା, ୧୭ଟି ଜୋନକୁ ମଞ୍ଜୁରୀ ପ୍ରଦାନ କଲା ବୋର୍ଡ

ନୂଆଦିଲ୍ଲୀ: ରେଳବାଇ ଖାଲି ପଡ଼ିଥିବା ସ୍ଥାନର ଉପଯୁକ୍ତ ବ୍ୟବହାର କରିବାକୁ ଯୋଜନା ପ୍ରସ୍ତୁତ କରୁଛି । ଖାଲି ସ୍ଥାନଗୁଡ଼ିକରେ ରେଳବାଇ ଫୁଡ ପ୍ଲାଜା, ରେଷ୍ଟୁରାଣ୍ଟ, ଫାଷ୍ଟ ଫୁଡ ୟୁନିଟ ଆଦି ଖୋଲିବ । ଏହି କାର୍ଯ୍ୟର ଭାର ଆଇଆରସିଟିସିକୁ ଦିଆଯାଇଛି । ତେବେ ପୂର୍ବରୁ ଷ୍ଟେସନମାନଙ୍କରେ ବିଭିନ୍ନ ପ୍ରକାର ଯୋଜନା ଆଇଆରସିଟିସି ଦ୍ୱାରା କରାଯାଇଥିଲେ ହେଁ ସେଥିରେ ବିଶେଷ ସଫଳତା ମିଳିନଥିଲା । ତେଣୁ ଏବେ ରେଲୱେ ସମସ୍ତ କାର୍ଯ୍ୟ ନିଜ ହାତକୁ ନେଇଛି । ଅଲଗା ଅଲଗା ରେଲୱେ ଜୋନର ଖାଲି ଜାଗାଗୁଡ଼ିକରେ ଫୁଡ ପ୍ଲାଜା ନିର୍ମାଣ ପାଇଁ ବୋର୍ଡ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।

ଦେଶର ମୋଟ ୧୭ଟି ଜୋନରେ ଖାଲି ଥିବା ସ୍ଥାନଗୁଡ଼ିକର ବ୍ୟବହାର କରିବା ନେଇ ଗତ ୮ ତାରିଖରେ ରେଲୱେ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଜମି ଖାଲି ପଡ଼ିବା ଫଳରେ ରେଳବାଇର ବହୁତ କ୍ଷତି ହେୁଥିଲା । ତେଣୁ ୧୭ଟି ଜୋନରେ ଉକ୍ତ ସ୍ଥାନମାନଙ୍କରେ ଫୁଡ ପ୍ଲାଜା, ଫାଷ୍ଟ ଫୁଡ୍ ୟୁନିଟ, ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ଦିଆଯାଇଛି । ତେବେ କ୍ଷେତ୍ରୀୟ ରେଲୱେର ଏପରି ୧୦୦ରୁ ୧୫୦ ୟୁନିଟ ପ୍ରତିଷ୍ଠା କରାଯିବାର ଯୋଜନା ରହିଛି । ରେଳବାଇ ସାଧାରଣ ମ୍ୟାନେଜର ଗତ ଏକବର୍ଷ ଧରି ଖାଲି ପଡ଼ିଥିବା ଉକ୍ତ ସ୍ଥାନଗୁଡ଼ିକର ସମୀକ୍ଷା କରିବେ । ପୂର୍ବରୁ ଏହି ଯୋଜନା ଆଇଆରସିଟିସି ପାଖରେ ଥିଲେ ହେଁ ସେ ଏହି ଖାଲି ଜାଗାଗୁଡ଼ିକର ବ୍ୟବହାର କରିବାରେ ଅସଫଳ ହୋଇଥିଲା । ଏହି ଯୋଜନା ସଫଳ ହେଲେ ରେଲୱେର ଇନକମ୍ ବୃଦ୍ଧି ହେବା ସହ ଖାଲି ସ୍ଥାନଗୁଡ଼ିକର ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ ।

Get real time updates directly on you device, subscribe now.