fbpx

Oneplus ଆଣୁଛି ସବୁଠାରୁ ଫାଷ୍ଟ୍ ଚାର୍ଜିଂ ସ୍ମାର୍ଟଫୋନ୍! ୧୫ ମିନିଟ୍ ରେ ହୋଇଯିବ ଫୁଲ୍ ଚାର୍ଜ

ନୂଆଦିଲ୍ଲୀ: ଚୀନର ସ୍ମାର୍ଟଫୋନ୍ ମେକର୍ ଓପ୍ପୋ ନିକଟରେ ଆୟୋଜିତ କରିଥିବା ଏମଡବ୍ଲୁସି(ମୋବାଇଲ୍ ୱର୍ଲ୍ଡ କଂଗ୍ରେସ) ୨୦୨୨ ଇଭେଣ୍ଟ୍ ରେ 150W SuperVOOC ଫ୍ଲାସ୍ ଚାର୍ଜ ଟେକ୍ନିକ୍ ଆଣିଛି । ବର୍ତ୍ତମାନର ରିପୋର୍ଟ ଅନୁସାରେ, ଓପ୍ପୋର ପାର୍ଟନର୍ ବ୍ରାଣ୍ଡ ୱାନପ୍ଲସ୍ ଏହାଠାରୁ ବି ଅଧିକ ଫାଷ୍ଟ୍ ଚାର୍ଜିଂ ଟେକ୍ନିକ୍ ଆଣିବାକୁ ଯାଉଛି । ୱାନପ୍ଲସ୍ ର ଏହି ନୂଆ ଡିଭାଇସ୍ ନିକଟରେ ୩ସି ସାର୍ଟିଫିକେସନ୍ ରୁ ଆପ୍ରୁଭାଲ୍ ମିଳିସାରିଛି ।

ରିପୋର୍ଟ ଅନୁସାରେ, ମଡେଲ୍ କୋଡ୍ PGKM10 ଯୁକ୍ତ ଏକ ୱାନପ୍ଲସ୍ ଡିଭାଇସ୍ କୁ ୧୬୦ ଡବ୍ଲୁ ଚାର୍ଜିଂ ସହିତ ୩ସି ସାର୍ଟିଫାଇଡ୍ କରାଯାଇଛି । ଏହି ମଡେଲ୍ କୁ ୱାନପ୍ଲସ୍ ଟାବଲେଟ୍ କୁହାଯାଉଛି । କିନ୍ତୁ ଏହାକୁ ସ୍ମାର୍ଟଫୋନ୍ ରୂପେ ଲିଷ୍ଟିଂ କରାଯାଇଛି । ଏହା ୱାନପ୍ଲସ୍ ୧୦ ଅଲ୍ଟ୍ରା ହୋଇପାରେ ।

୧୬୦ଡବ୍ଲୁ ଫାଷ୍ଟ୍ ଚାର୍ଜିଂ ଟେକ୍ନିକ୍ ସହିତ ଦେଖାଯାଇଥିବା ଏହି ସ୍ମାର୍ଟଫୋନ୍ ରେ ୱାନପ୍ଲସ୍ ର ଡାୟମେନ୍ସିଟି ୮୧୦୦ ପ୍ରୋସେର୍ ଓ ୪୫୦୦ଏମଏଏଚ୍ ବ୍ୟାଟେରୀ ଦିଆଯାଇପାରେ । ଡିଭାଇସ୍ ଫୁଲ୍ ଏଚଡି ରିଜଲ୍ୟୁସନ୍ ସହିତ ୬.୭ ଇଞ୍ଚ୍ ର ଓଏଲଇଡି ଡିସପ୍ଲେ ସହ ମିଳିପାରେ । ସ୍ମାର୍ଟଫୋନ୍ ରେ ୫୦ଏମପି ର ପ୍ରାଇମେରୀ ସେନ୍ସର୍ ଯୁକ୍ତ ଟ୍ରିପଲ୍ ରିୟର୍ କ୍ୟାମେରା ସେଟ୍ଅପ୍ ଦିଆଯାଇପାରେ । ଏହି ଡିଭାଇସ୍ ୧୫ ମିନିଟ୍ ରେ ଫୁଲ୍ ଚାର୍ଜ ହୋଇଯିବ ।

 

Get real time updates directly on you device, subscribe now.