fbpx

କିଭ୍ କୁ ତିନିପଟରୁ ଘେରିଲାଣି ରୁଷ

ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୧୮ ଦିନ ବିତିଗଲାଣି । କିଭ୍ ଦଖଲ ପାଇଁ ରୁଷିଆ ସେନାର ନିର୍ଣ୍ଣାୟକ ଲଢ଼େଇ । ବର୍ତ୍ତମାନ କିଭ୍ ଆଡକୁ ଦ୍ରୁତ ଗତିରେ ଅଗ୍ରସର ହେଉଛି ରୁଷିଆ । କିଭ୍ ସହରର ଓବ୍ଲାଷ୍ଟ୍ ଉପରେ ରୁଷିଆର ଘନଘନ ବୋମାମାଡ଼ କରାଯାଇଥିବା ସୂଚନା । କିଭ୍ ରେ ଗ୍ରୀନ କରିଡରକୁ ବି ଛାଡ଼ିନାହିଁ ରୁଷିଆ ସେନା । ଶିଶୁ ଓ ମହିଳାଙ୍କ ଉପରକୁ ଗୁଳିମାଡ଼ କରିଥିବା ସୂଚନା ରହିଛି । ଏହି ମାଡ଼ରେ ଜଣେ ଶିଶୁ ସହିତ ୭ ଜଣଙ୍କ ମୃତ୍ୟୁ ଘଟିଛି । କିଭ୍ ରେ ଏବେ ବାରମ୍ବାର ବାଜୁଛି ଏୟାର ଆଟାକ୍ ସାଇରନ୍ । ତିନି ପଟରୁ କିଭ୍ ଦଖଲ ପାଇଁ ରୁଷର ରଣନୀତି ରହିଛି । ଉତ୍ତରରେ ଇରପିନ୍ ପଟୁ ପଶୁଛି ରୁଷ ସେନା । ପଶ୍ଚିମରେ କିଭ୍ କୁ ପଶିବାକୁ ପ୍ରବେଶ ପଥ ରହିଛି ବୁଚା ରେ । ବୁଚା ସହର ପଟରୁ ରୁଷ ସେନା ପଶ୍ଚିମ ଦିଗରୁ କିଭ୍ କୁ ଅଗ୍ରସର ହେଉଛି । ସେହିପରି ପୂର୍ବରେ ବ୍ରୋବରୀ ପଟରୁ କିଭ୍ ଆଡକୁ ପଶୁଛି ରୁଷିଆ ସେନା ।

Get real time updates directly on you device, subscribe now.