fbpx

ଫ୍ଲିପକାର୍ଟରୁ ଶସ୍ତାରେ ପାଆନ୍ତୁ iphone: ସୀମିତ ସମୟ ପାଇଁ ରହିଛି ଏହି ବିଗ ସେଲ ଅଫର, ଜାଣନ୍ତୁ ଅଧିକ

ନୂଆଦିଲ୍ଲୀ: iphone କିଣିବା ପାଇଁ ଅନେକଙ୍କ ମନରେ ଥାଏ ଆଶା । କିନ୍ତୁ ଏହାର ଦାମ ଅଧିକା ରହୁଥିବାରୁ କିଣିବା କିଛି ଲୋକଙ୍କ ପାଇଁ କଷ୍ଟକର ହୋଇପଡେ । କିନ୍ତୁ ଏବେ ଆଉ ବ୍ୟସ୍ତ ହେବାରେ ନାହିଁ । ଖୁବ କମ ଟଙ୍କାରେ ବିକିିବା ପାଇଁ ଯୋଜନା କରିଛି flipkart ଏବଂ amazon । ଉଭୟ କମ୍ପାନୀ ଏବେ ଦେଇଛନ୍ତି ବିଗ ସେଲ ଅଫର । ଏହାର ଫାଇଦା ଉଠାଇ ଆପଣ ମଧ୍ୟ ଜିତି ପାରନ୍ତି iphone ସେ ବି କମ ଦାମରେ । ବିଭିନ୍ନ ମଡେଲ ଉପରେ ଗ୍ରାହକମାନଙ୍କୁ ମିଳୁଛି ଆକର୍ଷଣୀୟ ଅଫର । ବ୍ୟାଙ୍କ ଅଫର, ଏକ୍ସଚେଞ୍ଜ ଅଫର ଏବଂ ଅନ୍ୟାନ୍ୟ ଅଫର ମାଧ୍ୟମରେ ଆପଣ ପାଇପାରନ୍ତି ମନ ପସନ୍ଦର iphone ।

iphone SE 2020

ଆପଲ ନିକଟରେ ଲଞ୍ଚ କରିଛି iphone SE 2020 । ଫ୍ଲିପକାର୍ଟରେ ଏହି ଫୋନ ମାତ୍ର ୨୯,୯୯୯ ଟଙ୍କାରେ ଉପଲବ୍ଧ ରହିଛି । ଯେଉଁତିରେ ୧୩,୦୦୦ ଟଙ୍କାର ଏକ୍ସଚେଞ୍ଜ ଅଫର ମଧ୍ୟ ମିଳିପାରୁଛି । ଏହା ସହିତ ଗ୍ରାହକମାନଙ୍କୁ SBI କ୍ରେଡିଟ କାର୍ଡ ଦ୍ୱାରା ୧୦ ପ୍ରତିଶତର ଡିସ୍କାଉଣ୍ଟ ମଧ୍ୟ ମିଳିବ ।

iphone13

ଫ୍ଲିପକାର୍ଟରେ ୧୨୮ ଜିବି ଷ୍ଟୋରେଜ ଭାରିଏଣ୍ଟ iphone13ର ମୂଲ୍ୟ ୭୪,୯୦୦ । କିନ୍ତୁ ଫ୍ଲିପକାର୍ଟରେ ଏହି ଫୋନକୁ ମାତ୍ର ୫୮,୯୦୦ ଟଙ୍କାରେ କିଣି ପାରିବେ ଗ୍ରାହକ । ଏହା ଉପରେ ୧୬,୦୦୦ ଟଙ୍କାର ଏକ୍ସଚେଞ୍ଜ ଅଫର ସହିତ ୫ ପ୍ରତିଶତ କ୍ୟାସବ୍ୟାକ ଫ୍ଲିପକାର୍ଟ ଆକ୍ସିସ ବ୍ୟାଙ୍କ କ୍ରେଡିଟ କାର୍ଡରେ ମିଳି ପାରିବ ।

iphone13 mini

ଛୋଟ ସ୍କ୍ରିନର ଏହି ୧୨୮ ଜିବି ଷ୍ଟୋରେଜ ଫୋନର ମୂଲ୍ୟ ୬୪,୯୦୦ ଟଙ୍କା । କିନ୍ତୁ ୭ ପ୍ରତିଶତର ଡିସ୍କାଉଣ୍ଟ ଅଫର ମଧ୍ୟ ମିଳି ପାରୁଛି । ଏହି ସେଲରେ ଆପଣଙ୍କୁ ମାତ୍ର ୫୧,୯୦୦ ଟଙ୍କାରେ କିଣି ପାରିବେ । ଏହାଦ୍ୱାରା ୧୩ ହଜାର ଟଙ୍କାର ଏକ୍ସଚେଞ୍ଜ ଅପର ମଧ୍ୟ ପାଇ ପାରିବେ । ଏହା ବ୍ୟତୀତ କ୍ୟାସବ୍ୟାକ ମଧ୍ୟ ପାଇପାରିବେ ଗ୍ରାହକ ।

ଅନ୍ୟ ଆଇଫୋନ ଉପରେ ବି ଅଫର
କେବଳ ସେତିକି ନୁହେଁ, iphone12, iphone12 mini ଏବଂ iphoneXR ଉପରେ ମଧ୍ୟ ଆକର୍ଷଣୀୟ ଅପର ମିଳୁଛି । ଏକ୍ସଚେଞ୍ଜ ଅଫର ଏବଂ ଅନ୍ୟ ଡିସ୍କାଉଣ୍ଟ ପରେ ଏହି , iphone12 mini କୁ ୩୬,୯୯୯ ଟଙ୍କାରେ ପାଇପାରିବେ । ସେହିପରି iphone11କୁ ୩୩,୯୦୦ ଟଙ୍କା, iphone12କୁ ୫୧,୯୯୯ ଏବଂ କୁ iphoneXR ୩୧, ୯୯୯ ଟଙ୍କା ମୂଲ୍ୟରେ କିଣି ପାରିବେ ଗ୍ରାହକ ।

Get real time updates directly on you device, subscribe now.