fbpx

ଅକ୍ଟୋବରରେ ପଡିବ ରଣବୀର-ଆଲିଆଙ୍କ ହାତଗଣ୍ଠି ! ଲିକ୍ ହେଲା ବିହାଘର ନୂଆ ତାରିଖ

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କର ବିବାହ ଅକ୍ଟୋବରକୁ ଘୁଞ୍ଚି ଯାଇଛି । ପୂର୍ବରୁ ଶୁଣିବାକୁ ମିଳିଥିଲା ଯେ, ଦୁହିଁଙ୍କ ବିବାହ ଏପ୍ରିଲ୍‌ ମାସରେ ହେବାର ଥିଲା । ରଣବୀର ଓ ଆଲିଆଙ୍କୁ ପ୍ରଶଂସକ ଶ୍ରଦ୍ଧାରେ ରାଲିଆ କୁହନ୍ତି । ରାଲିଆକୁ ପସନ୍ଦ କରିଥିବା ପ୍ରଶଂସକଙ୍କ ପାଇଁ ଏକ ଏମିତି ଖବର ସାମନାକୁ ଆସିଛି, ଯାହା ସେମାନଙ୍କୁ ପସନ୍ଦ ଆସି ନାହିଁ । ରାଲିଆଙ୍କର ବିବାହ ଏବେ ଘୁଞ୍ଚିଯାଇଛି । ଯାହାକି ପ୍ରଥମେ ଅପ୍ରେଲରେ ହେବାକୁ ଥିଲା । ହେଲେ ରଣବୀର ଆଲିଆଙ୍କ ବିବାହ ଏବେବି ୨୦୨୨ରେ ହିଁ ହେବ । କିନ୍ତୁ ବିବାହର ମାସ ବଦଳି ଯାଇଛି ।

ସୂଚନା ଯେ, ଆଲିଆ ଭଟ୍ଟ ନିକଟରେ ରିଲିଜ୍‌ ହୋଇଥିବା ଫିଲ୍ମ ଗଙ୍ଗୁବାଇ କାଠିଆୱାଡିକୁ ନେଇ ଖୁବ୍‌ ବାଃ ବାଃ ନେଉଛନ୍ତି । ଗଙ୍ଗୁବାଇ ପରେ ମଧ୍ୟ ତାଙ୍କର ଅନେକ ପ୍ରୋଜେକ୍ଟ ଲାଇନ୍‌ରେ ରହିଛି । ଏହା ବ୍ୟତୀତ ରଣବୀର କପୁର ମଧ୍ୟ ନିଜକୁ ସୁଟିଂରେ ବ୍ୟସ୍ତ ଅଛନ୍ତି । ଗତବର୍ଷ ଏହି ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହେବାର ଥିଲା , ହେଲେ କୋଭିଡ୍‌ କାରଣରୁ ବିବାହ ଟଳି ଯାଇଥିଲା । ସେପଟେ ଏହା ପରେ ଖବର ସାମନାକୁ ଆସିଥିଲା କି ୨୦୨୨ ଅପ୍ରେଲରେ ବିବାହ କରିବେ । ଏବେ ଏମିତି କୁହାଯାଉଛି କି ଏପ୍ରିଲରେ ମଧ୍ୟ ଏହି ରଣବୀର ଓ ଆଲିଆ ବିବାହ ବନ୍ଧନରେ ବାନ୍ଧି ହେବେ ନାହିଁ ।

ଏକ ରିପୋର୍ଟ ମୁତାବିକ, ଏବେ କପଲ ଅକ୍ଟୋବର ୨୦୨୨ରେ ବିବାହ କରିବେ । ହେଲେ କପଲଙ୍କ ପକ୍ଷରୁ ବିବାହକୁ ନେଇ ଏବେ ସୁଦ୍ଧା କୌଣସି ଅଫିସିଆଲି ଆନାଉନ୍ସମେଣ୍ଟ କରାଯାଇନାହିଁ । ଦୈନିକ ଭାସ୍କର ସୂତ୍ରାନୁସାରେ କୁହାଯାଇଛି କି ରଣବୀର – ଆଲିଆଙ୍କର ବିବାହ ତାରିଖ କାହିଁକି ଆଗପଛ ହେଉଛି । ଏହି ବିଷୟରେ କିଏ ଜାଣନ୍ତି ନାହିଁ । ସେପଟେ କପଲଙ୍କର ନୂଆ ଘର କୃଷ୍ଣା ରାଜ ଏବେସୁଦ୍ଧା ପ୍ରସ୍ତୁତ ହୋଇନାହିଁ । ଆଶା କରାଯାଉଛି କି ଘର ପାଖାପାଖି ୧୮ ମାସରେ ପ୍ରସ୍ତୁତ ହୋଇଯିବ ।

Get real time updates directly on you device, subscribe now.