PM ଫସଲ ବୀମା ଯୋଜନା: କୃଷକଙ୍କୁ ମିଳିବ କ୍ଷତିପୂରଣ, ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏକ ଏଭଳି ଯୋଜନା ଯାହା ଅନ୍ତର୍ଗତ କୌଣସି ଅସୁବିଧା କାରଣରୁ ଫସଲ ନଷ୍ଟ ହେବା ଉପରେ ଚାଷୀଙ୍କୁ କ୍ଷତିପୂରଣ ଭାବରେ ଦିଆଯାଇଥାଏ । ଏହି ଯୋଜନା ୧୮ ଫେବୃଆରୀ ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ଫସଲ ନଷ୍ଟ ହେବା ବା ହୋଇଯାଇଥିଲେ ଏହି ଯୋଜନା ଅନୁଯାୟୀ ବୀମା ମିଳପାରିବ । ଯେଉଁଥିରେ କୃଷକଙ୍କ ଆୟକୁ ସ୍ଥିର ରଖିବାରେ ସହାୟକ ହୋଇଥାଏ ।

କୃଷି ମନ୍ତ୍ରାଳୟ ଅନୁଯାୟୀ ଏହି ଯୋଜନାରେ ଏପର୍ଯ୍ୟନ୍ତ ୩୬ କୋଟି କୃଷକ ଆବେଦକଙ୍କ ବୀମା କରାଯାଇଛି ଏବଂ ଏହି ଚଳିତ ବର୍ଷ ୪ ଫେବୃଆରୀ ସୁଦ୍ଧା ୧,୦୭,୦୫୯ କୋଟି ଟଙ୍କା ରୁ ଅଧିକ କ୍ଷତିଗ୍ରସ୍ତ ଚାଷୀଙ୍କୁ ଦିଆଗଲାଣି । ଏହି ଯୋଜନାରେ ପ୍ରାୟ ୮୫ ପ୍ରତିଶତ କ୍ଷୁଦ୍ର ଚାଷୀ ଏବଂ ସୀମାନ୍ତ କୃଷକ ରହିଛନ୍ତି ।

୨୦୨୦ ରେ ଏହି ଯୋଜନାରେ କିଛି ପରିବର୍ତ୍ତନ କରାଯାଇଥିଲା । ଏବେ କୌଣସି ଫସଲ ଯଦ ପ୍ରାକୃତିକ ଦୁର୍ବିପାକ କାରଣରୁ ନଷ୍ଟ ହେଉଛି ତେବେ ପ୍ରଥମେ ୭୨ ଘଣ୍ଟା ମଧ୍ୟରେ ବୀମା କମ୍ପାନୀକୁ ସୂଚନା ଦେବାକୁ ହେବ । ଏହା ପରେ ବୀମା କମ୍ପାନୀ ତାଙ୍କର ଜଣେ ଅଫିସିଆଲ ବ୍ୟକ୍ତିଙ୍କୁ ଭେରିଫିକେସନ ପାଇଁ ପଠାଇବେ ସେ ନଷ୍ଟ ହୋଇଯାଇଥିବା କ୍ଷେତର ଭେରିଫିକେସନ କରି ରିପୋର୍ଟ ଦେବେ । ଏହି ସବୁ ପ୍ରକ୍ରିୟା ଶେଷ ହେବା ପରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳିଯିବ ।

କେମିତି କରିବେ ଆବେଦନ?

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଲାଭ ଦେବା ପାଇଁ କୃଷକ ଅନଲାଇନ ଏବଂ ଅଫଲାଇନ ଆବଦେନ କରିପାରିବେ । ଅନଲାଇନ ଆବେଦନ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଫିସିଆଲ ୱେବସାଇଟ pmfby.gov.in କୁ ଯାଇ ରେଜିଷ୍ଟ୍ରେସନ କରିବାକୁ ହେବ । ଏଥିପାଇଁ ରେଜିଷ୍ଟ୍ରେସନ ସମୟରେ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଦେବାକୁ ହେବ । ସେହିଭଳି ଅଫଲାଇନ ଆବେଦନ କରିବା ପାଇଁ ବ୍ୟାଙ୍କରେ ଏହି ବୀମାର ଲାଭ ଉଠାଇପାରିବେ ।