fbpx

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦୁଇ ଛାତ୍ରୀଙ୍କ ପତ୍ତା ମିଳୁନି, ଅପହରଣ ସନ୍ଦେହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଦିନକୁ ହତ୍ୟା, ରାହାଜାନୀ, ଅପହରଣ, ଚୋରି ଆଦି ଅପରାଧିକ ମାମଲା ବଢ଼ିବାରେ ଲାଗିଛି । ରାଜଧାନୀର ରମାଦେବୀ ମହଳା ବିଶ୍ୱବିଦ୍ୟାଳୟର ଦୁଇଜଣ ଦୃଷ୍ଟିହୀନ ଛାତ୍ରୀ ନିଖୋଜ ହୋଇଥିବା ଜଣାପଡ଼ିଛି । ତେବେ ଏହି ଦୁଇ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା କୁହାଯାଉଛି । ତେବେ ପୋଲିସ ଦୁଇ ଛାତ୍ରୀଙ୍କ ହଷ୍ଟେଲ ରୁମରୁ ଚିଠି ଓ ଭଏସ ରେକର୍ଡିଂ ମେମୋରି ଚିପ୍ ଜବତ କରିଛି । ତେବେ ପ୍ରଶ୍ନ ଉଠୁଛି ଛାତ୍ରୀ ଦୁଇଜଣ ଗଲେ କୁଆଡ଼େ?

ଏହି ଘଟଣାକୁ ନେଇ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଲାଣି । ଏନେଇ ସମ୍ପୃକ୍ତ ଛାତ୍ରୀଙ୍କର ଅଭିଭାବକଙ୍କ ପକ୍ଷରୁ ସହିଦ ନଗର ଥାନାରେ ଅଭିଯୋଗ ପରେ ପୋଲିସ ଦୁଇଟି ପୃଥକ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଜଣାପଡ଼ିଛି ଯେ, ଜଣେ ଛାତ୍ରୀ ଭୁବନେଶ୍ୱର ଉପକଣ୍ଠ ଏକ ଗାଁରୁ ବିଶ୍ୱବିଦ୍ୟାଳୟକୁ ଆସନ୍ତି ଓ କ୍ଲାସ ସରିବା ପରେ ଘରକୁ ଫେରନ୍ତି । ମାତ୍ର ସୋମବାର ଦିନ କ୍ଲାସ କରିବାକୁ ଆସି ଛାତ୍ରୀ ଜଣଙ୍କ ଆଉ ଘରକୁ ଫେରିନଥିଲେ । ଝିଅକୁ ନ ପାଇ ଛାତ୍ରୀଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ । ସେହିପରି ହଷ୍ଟେଲରେ ରହୁଥିବା ଅନ୍ୟ ଜଣେ ଛାତ୍ରୀ ମଧ୍ୟ ରୁମକୁ ଫେରିନଥିଲେ । ଏନେଇ ଛାତ୍ରୀଙ୍କ ମାମୁଁ ସହିଦ ନଗର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଦୁଇଟି ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.