fbpx

ଗଣିତ ପଢାଉ ପଢାଉ ପଢେଇଲେ ପ୍ରେମ ପାଠ: ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଶିକ୍ଷକ ଗିରଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଙ୍କ କଷୁ କଷୁ ପ୍ରେମରେ ପଡ଼ି ଯାଇଥିଲେ ଗଣିତ ସାର୍ । ଆଉ ୧୪ ବର୍ଷୀୟ ନାବାଳିକା ଛାତ୍ରୀଙ୍କୁ ନେଇ ଫେରାର ହୋଇ ଯାଇଥିଲେ । ହେଲେ ଏବେ ପୁଲିସ ହାତରେ ଧରା ପଡ଼ିଛନ୍ତି ରସିକିଆ ଗଣିତ ଶିକ୍ଷକ । ଗଣିତ ଶିକ୍ଷକ ଯୋଗେଶ ଶର୍ମାଙ୍କୁ ପୁଲିସ ଏବେ ଗିରଫ କରିଛି । ସୂଚନାଯୋଗ୍ୟ ରାଜଗାଙ୍ଗପୁର ଗୋପୀନାଥ ଗଳିରେ ରହୁଥିବା ଯୋଗେଶ ଶର୍ମା(୩୩)ନାମକ ଗଣିତ ଶିକ୍ଷକ ରଞ୍ଚିରୋଡ଼ ସ୍ତିତ ସେଣ୍ଟଜନ୍ ମେରି ଭ୍ୟାନି ଇଂରାଜୀ ସ୍କୁଲରେ ଶିକ୍ଷକତା କରୁଥିଲେ।ସେ ବୁଡ଼ାକଟା ଗାଁ ରେ ଛାତ୍ର ଛାତ୍ରୀଙ୍କୁ ଟିଉସନ ମଧ୍ୟ କରୁଥିଲେ। ତେବେ ତାଙ୍କ ହାବ ଭାବ ଉପରେ ଅଭିଭାବକଙ୍କ ସନ୍ଦେହ ହେବାରୁ ଟିଉସନ ବନ୍ଦ କରି ଦେଇଥିଲେ ।
ସେ ବିରିଙ୍ଗାଟୋଲି ଗାଁ ରେ ପୁଣି ଟିଉସନ କରୁଥିଲେ। ତେବେ ପୂର୍ବରୁ ଟିଉସନ କରୁଥିବା ବୁଡ଼ାକଟା ଗାଁ ର ଜଣେ ନାବାଳିକା ଛାତ୍ରୀଙ୍କୁ ନେଇ ମାର୍ଚ୍ଚ ୫ ରେ ସେ ଫେରାର ହୋଇ ଯାଇଥିଲେ । ଏପଟେ ଘର ଲୋକ ବହୁ ଖୋଜା ଖୋଜି କରିବା ପରେ କୌଣସି ଖବର ନମିଳିବାରୁ ୬ ତାରିଖ ଦିନ କୁତ୍ରା ଥାନରେ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗକୁ ଆଧାର କରି କୁତ୍ରା ପୋଲିସ ରସିକିଆ ଟିଉସନ ଶିକ୍ଷକଙ୍କୁ ବିହାରର ସିବାନ ଜିଲାର କରୁଆ ଅଞ୍ଚଳରେ ଧରିବାରେ ସଫଳ ହୋଇଛି। ତେବେ ସେ ସିୱାନ ଜିଲ୍ଲାର କୋରିଆ ଥାନା ଅଞ୍ଚଳରେ ଏକ ଭଡା ଘରେ ରହୁଥିଲେ। ତାଙ୍କ ପାଖରୁ ଶଙ୍ଖା,ସିନ୍ଦୁର,ଲେପଟପ,ପ୍ରିଣ୍ଟର,ଡୁବ୍ଲିକେଟ ଆଧାର କର୍ଡ଼ ଜବତ କରାଯାଇଛି। ନାବାଳିକାଙ୍କୁ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରା ଯାଇଛି।

Get real time updates directly on you device, subscribe now.