fbpx

ଅନ୍ତିମ ସଂସ୍କାରକୁ ଯାଇଥିବା ଲୋକେ ମୁହଁ ଲୁଚାଇ ଦୌଡ଼ିଲେ, ଜାଣନ୍ତୁ କାରଣ

ଭିଲୱାଡ଼ା: ରାଜସ୍ଥାନର ଭିଲୱାଡ଼ା ସହରର ପଞ୍ଚମୁଖି ମୋକ୍ଷଧାମରେ ଅନ୍ତିମ ସଂସ୍କାର ଚାଲିଥିବା ସମୟରେ ହଇଚ୍ଚଇ ସୃଷ୍ଟି ହୋଇଥିଲା । ଅନ୍ତିମ ସଂସ୍କାରରେ ସାମିଲ ହୋଇଥିବା ଲୋକଙ୍କୁ ଅଚାନକ୍ ମହୁମାଛି ଆକ୍ରମଣ କରିଥିଲେ । ଏହା ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା । ଜଣଙ୍କୁ ଚିକିତ୍ସା ପାଇଁ ଏମଜି ଡାକ୍ତରଖାନା ନିଆଯାଇଥିବା ବେଳେ ଆକ୍ରମଣରେ ୨ରୁ ୩ ଜଣ ମହୁମାଛିର ଶିକାର ହୋଇଛନ୍ତି ।

ସୂଚନା ଅନୁସାରେ, ବୁଧବାର ସକାଳେ ପଞ୍ଚମୁଖି ମୋକ୍ଷ ଧାମରେ ବିଜେପି ନେତା ସ୍ୱର୍ଗୀୟ ରାମରିଛପାଲ ନୁୱାଲଙ୍କ ସମେତ ଅନ୍ୟ ଦୁଇଟି ମୃତଦେହର ଅନ୍ତିମ ସଂସ୍କାର କରାଯାଉଥିଲା । ଏହି ସମୟରେ ଅନ୍ତିମ ସଂସ୍କାରରେ ଜଡିତ ଥିବା ଲୋକଙ୍କୁ ମହୁମାଛି ଆକ୍ରମଣ କରିଥିଲେ ଏବଂ ସେଠାରେ ଲୋକଙ୍କର ଭାଗଦୌଡ଼ ଆରମ୍ଭ ହୋଇଥିଲା । ଲୋକମାନେ ନିଜକୁ ବଞ୍ଚାଇବା ପାଇଁ ଏଣେତେଣେ ଦୌଡ଼ିବାରେ ଲାଗିଥିଲେ । ଅନେକ ଖାଲି ପାଦରେ ଦୌଡ଼ିଲେ ତ ଆଉ କେତେକ ବାଇକ୍ ନେଇ ପଳାଉଥିବାର ଦେଖିବାକୁ ମିଳିଛି । ଲୋକମାନେ ଦୌଡ଼ିବା ସହ ମହୁମାଛିଠାରୁ ରକ୍ଷା ପାଇବା ପାଇଁ ପୋଷାକରେ ମୁହଁ ଘୋଡ଼ାଇଥିଲେ । ଅନ୍ୟକେତେକ ଲୋକ ମହୁମାଛିକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ ।

Get real time updates directly on you device, subscribe now.