fbpx

କାର୍ଯ୍ୟାଳୟରେ ଉପସ୍ଥିତ ରହିବେ ଅଧା କର୍ମଚାରୀ

ନୂଆଦିଲ୍ଲୀ, ୧୯ା୩: ଦିନକୁ ଦିନ ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଲୋକଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା ଭାଇରସ୍ । କରୋନା ସଂକ୍ରମଣ ରୋକିବାକୁ ପାଇଁ କେନ୍ଦ୍ର ସରକାର ସତର୍କତା ଅବଲମ୍ବନ କରିଛନ୍ତି । ଏନେଇ ୫୦% କେନ୍ଦ୍ର ସରକାରୀ କର୍ମଚାରୀ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ହୋଇଛି । ଅବଶିଷ୍ଟ ୫୦% କର୍ମଚାରୀ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ । ଗ୍ରୁପ-ବି ଓ ଗ୍ରୁପ-ସି କର୍ମଚାରୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ଏହିପରି ନିର୍ଦ୍ଦେଶ ଜାରି ହୋଇଛି ।
ଉଲ୍ଲେଖଯୋଗ୍ୟ ଯେ କରୋନାରେ ଭାରତରେ ୧୬୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ହୋଇସାରିଛି । ସେହିପରି ଓଡ଼ିଶାରେ ମଧ୍ୟ ଜଣେ କରୋନାରେ ଆକ୍ରାନ୍ତ ଅଛନ୍ତି ।

Get real time updates directly on you device, subscribe now.