fbpx

ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଆଜି ହେଉଛି ଖାସ୍ ଦିନ! ଜାଣନ୍ତୁ କାରଣ ଓ ଉପାୟ

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ସପ୍ତାହର ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବୀ ଦେବତାଙ୍କୁ ସମର୍ପିତ କରାଯାଇଛି । ସେହିପରି ଶୁକ୍ରବାର ଦିନ ଧନର ଦେବୀ ମା’ ଲକ୍ଷ୍ମୀଙ୍କୁ ସମର୍ପିତ । ଏହି ଦିନ ମା’ ଲକ୍ଷ୍ମୀଙ୍କ ଖାସ୍ ପୂଜା କରିବା ଓ ଉପାସନା କରିବା ଦ୍ୱାରା ସେ ପ୍ରସନ୍ନ ହୋଇଥାନ୍ତି । ଯଦି ମା’ ଲକ୍ଷ୍ମୀଙ୍କର କୃପା ମିଳେ, ତେବେ ଆପଣଙ୍କୁ ସାରା ଜୀବନ ସୁଖ-ସମୃଦ୍ଧ ମିଳିବ । ବ୍ୟକ୍ତି ମାଲାମାଲ୍ ହେବା ସହ ଜୀବନରେ କୌଣସି ଜିନିଷର ଅଭାବ ରହିବ ନାହିଁ । ଆଜିର ଦିନରେ ଖାସ୍ ଉପାୟ କରି ଆପଣ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିପାରିବେ । ତେବେ ଆସନ୍ତୁ ଜାଣିବା ଉପାୟ…

ଧନ ପ୍ରାପ୍ତି କରିବାର ଉପାୟ:
ଶୁକ୍ରବାର ଦିନ ଅଳ୍ପ ଚାଉଳକୁ ନାଲି କପଡ଼ାରେ ରଖନ୍ତୁ । ମନେରଖନ୍ତୁ ଯେ ଚାଉଳ ଯେପରି ନଭାଙ୍ଗିଥିବ । ଏହାକୁ ହାତରେ ଧରି ନେଇ ‘ଓମ୍ ଶ୍ରୀ ଶ୍ରୀୟେ ନମଃ’ ମନ୍ତ୍ର ଜପ କରନ୍ତୁ । ଏହା କରିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଓ ବହୁତ ଟଙ୍କା ଦିଅନ୍ତି ।

ଅଖଣ୍ଡ ସୁହାଗର ଆଶୀର୍ବାଦ:
ସ୍ୱାମୀଙ୍କ ଦୀର୍ଘ ଜୀବନ ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କ ମନ୍ଦିରକୁ ଯାଆନ୍ତୁ ଏବଂ ନାଲି ରଙ୍ଗର ପୋଷାକ ଅର୍ପିତ ଦିଅନ୍ତୁ । ଏହା ସହ ସୁହାଗର ଜିନିଷ ପ୍ରଦାନ କରନ୍ତୁ । ଏପରି କରିବା ଦ୍ୱାରା ମା ଲକ୍ଷ୍ମୀ ସୌଭାଗ୍ୟବତି ହୋଇ ରହିବାର ଆଶୀର୍ବାଦ ଦିଅନ୍ତି ।

ଭଗବାନ ବିଷ୍ଣୁଙ୍କ କୃପା ପାଇବା ପାଇଁ ଉପାୟ:
ଭଗବାନ ବିଷ୍ଣୁ ହୋଉଛନ୍ତି ମା’ ଲକ୍ଷ୍ମୀଙ୍କ ସ୍ୱାମୀ । ଯଦି ଶୁକ୍ରବାର ଦିନ ଶ୍ରୀ ଲକ୍ଷ୍ମୀନାରାୟଣଙ୍କ ପାଠ କରବେ ଓ ଖିରି ଭୋଗ ଲଗାଇବେ, ତେବେ ମା ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁ ମଧ୍ୟ କୃପା କରିବେ । ଫଳରେ ପ୍ରଗତି ହେବା ସହ ଧନପ୍ରାପ୍ତି ହେବ ।

ମା ଲକ୍ଷ୍ମୀଙ୍କୁ ସର୍ବଦା ଘରେ ରହିବାର ଉପାୟ:
ଯଦି ଆପଣ ଚାହାଁନ୍ତି ଯେ, ମା ଲକ୍ଷ୍ମୀ ସର୍ବଦା ଆପଣଙ୍କ ଘରେ ରୁହନ୍ତି, ଏଥିପାଇଁ ଶୁକ୍ରବାର ଦିନ ୫ ଟି ଲାଲ୍ ଫୁଲ ହାତରେ ନେଇ ମା ଲକ୍ଷ୍ମୀଙ୍କୁ ଧ୍ୟାନ କରନ୍ତୁ । ପରେ ଏହି ଫୁଲକୁ ଟଙ୍କା ବାକ୍ସ ବା ଧନ ରଖିଥିବା ସ୍ଥାନରେ ରଖନ୍ତୁ ।

Get real time updates directly on you device, subscribe now.