ରକ୍ତଚାପ କମାଏ ପଇଡ ପାଣି: ଜାଣନ୍ତୁ ଆଉ କେଉଁ ସବୁ ରୋଗରୁ ଏହା ଆମକୁ ମୁକ୍ତି ଦିଏ

ନୂଆଦିଲ୍ଲୀ: ଖରାଦିନରେ ପଇଡ ପାଣି ସବୁଠୁ ସୁନ୍ଦର ଏବଂ ଉପକାରୀ ଜିନିଷ । ଶରୀର ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ପଇଡ ପାଣି । ଦେହରେ ଜଳୀୟ ଅଂଶ କମ ହେଉଥିବା ବେଳେ ପଇଡ ପାଣି ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ଏବଂ ଯକୃତକୁ ସୁସ୍ଥ ରହିଥାଏ । ତେବେ ପ୍ରତିଦିନ ଏହ ପାଣିକୁ ପିଇଲେ ଶରୀରରେ ଥିବା ଅନେକ ପ୍ରକାରର ବିଷାକ୍ତ ପଦାର୍ଥ ବାହାରିଯାଇ ହୃଦୟକୁ ମଧ୍ୟ ସୁସ୍ଥ ରଖେ । ତେବେ ରକ୍ତଚାପ ନିୟନ୍ତ୍ରଣ କରିବାରେ ଏହା ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଏହା ବ୍ୟତୀତ ଆହୁରି ଅନେକ କ୍ଷେତ୍ରରେ ପଇଡ ପାଣି ଆମ ଶରୀରକୁ ସୁସ୍ଥ ରଖିଥାଏ । ତେବେ ଆସନ୍ତୁ ଜାଣିବା କଣ ରହିଛି ଏହାର ବିଶେଷତ୍ୱ ।

୧- ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ :

ପ୍ରତିଦିନ ପଇଡ ପାଣି ପିଇବା ଦ୍ୱାରା ଆପଣଙ୍କ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ । ନଡିଆ ପାଣିରେ ଅଧିକ ପରିମାଣରେ ପୋଟାସିୟମ ଭରି ରହିଥାଏ । ଯାହା ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାରେ ଖୁବ ସହାୟକ ହୋଇଥାଏ ।

୨- ହାର୍ଟ ପାଇଁ ଜରୁରୀ:

ପଇଡ ପାଣିରେ ଥିବା କୋଲେଷ୍ଟ୍ରଲ ଟ୍ରାଇ-ଗ୍ଲାଇସେରାଇଡ ସ୍ତରକୁ ହ୍ରାସ କରିଥାଏ । ତେଣୁ ଏହାକୁ ନିୟମିତ ପିଇବା ଦ୍ୱାରା ରକ୍ତ ଜମ।।ଟ ବାନ୍ଧିବା ଏବଂ ହୃଦଘାତ କିମ୍ବା ଷ୍ଟ୍ରୋକ ହେବାର ଆଶଙ୍କା କମିଥାଏ ।

୩- ଓଜନ ହ୍ରାସ କରେ:

ପଇଡ ପାଣିରେ ଅନ୍ୟ ରସ ଅପେକ୍ଷା ଚିନି ଏବଂ କାର୍ବୋହାଇଡ୍ରେଟ ବହୁତ କମ ଥାଏ । ଯାହା ଶରୀରର ଓଜନ ହ୍ରାସ କରିଥାଏ । ପଇଡ ପାଣି ପିଇବା ଦ୍ୱାରା ମେଟାବୋଲିଜିମ ବୃଦ୍ଦି ପାଇଥାଏ ।

୪- ବଢାଇଥାଏ ରୋଗ ପ୍ରତିରୋଧକ ଶକ୍ତି

ପଇଡ ପାଣି ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଖୁବ ସହାୟକ ହୋଇଥାଏ । ପଇଡ ପାରିରେ ପ୍ରାୟ ୬୦୦ ମିଲିଗ୍ରାମର ପୋଟାସିୟମ ମିଳିଥାଏ । ତେବେ ବିଶେଷଜ୍ଞଙ୍କ ରିପୋର୍ଟ ମୁତାବକ, କରୋନା ଆକ୍ରାନ୍ତଙ୍କ ପାଇଁ ଖୁବ ଲାଭଦାୟକ ହୋଇଥାଏ ଏହି ପଇଡ ପାଣି ।

୫- ସୁସ୍ଥ ରହେ ହଜମ ପ୍ରକ୍ରିୟା:

ଝାଡା ବାନ୍ତି ହେବା ସମୟରେ ପଇଡ ପାଣି ପିଇବା ଅତ୍ୟନ୍ତ ଜରୁରୀ ହୋଇପଡେ । ସ୍ୱସ୍ଥ୍ୟ ପାଇଁ ଖୁବ ଲାଭଦାୟକ ହୋଇଥାଏ ପଇଡ ପାଣି ପେଟ ଥଣ୍ଡା ରଖିବା ସହିତ ଅନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ ।