ବୁଟିଗୁଡ଼ା ଉଚ୍ଚ ବିଦ୍ୟାଳୟରେ ପାଳିତ ହୋଇଛି ବିଶ୍ଵ ଘରଚଟିଆ ଦିବସ

ମାଲକାନାଗିରି: ଜିଲ୍ଲା ସଦରମହକୁମା ବୁଟିଗୁଡ଼ା ଉଚ୍ଚ ବିଦ୍ୟାଳୟରେ ଆଜି ବିଶ୍ଵ ଘରଚଟିଆ ଦିବସ ପାଳିତ ହୋଇଯାଇଛି । କୁ. ଦୀପାରାଣୀ ନାୟକଙ୍କ ପୌରହିତ ରେ ତଥା ଟିମ୍ ସଂଗଠନର ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବିନତି ପଡ଼ିଆମି (ଶିକ୍ଷକ) ମର୍କେଲ ଗୁଡା, ପ୍ରଧାନ ଶିକ୍ଷକ ଶ୍ରୀ ପ୍ରକାଶ ଚନ୍ଦ୍ର ନାୟକ, ହଷ୍ଟେଲ ପରିଚାଳକ ଶ୍ରୀମତି ସଙ୍ଗୀତା ରାଣୀ ପାତ୍ର, କୁ. ପ୍ରତିଭା ଭୂମିଆ (ରାଜସ୍ବ ନୀରିକ୍ଷକ) କାଲିମେଳା, ଶ୍ରୀ ରାମ କୃଷ୍ଣ ଚୌଧୁରୀ, ସମ୍ପାଦକ, ଟିମ୍ ମାଲକାନଗିରି ଓ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପ୍ରତିଭା ଭୂମିଆ ଉପସ୍ଥିତ ପିଲାମାନଙ୍କୁ ପରିବେଶ ପ୍ରତି ଶ୍ରଦ୍ଧା ଭାବନା ରଖିବା ନିମନ୍ତେ ଆଗ୍ରହ କରିଥିଲେ । ମୁଖ୍ୟ ବକ୍ତା ରାମ କୃଷ୍ଣ ଭାଇ ପିଲାମାନଙ୍କୁ ଜିବେଦୟା, ହିଂସାରୁ ବିରତ ହେବା, ଶିକାର ନକରିବା, ଘରଚଟିଆ ଆମର କଣ ସବୁ ଉପକାରରେ ଆସେ, ପରିବେଶ ସନ୍ତୁଳନତା ରକ୍ଷା କରିବାରେ ଏହିସବୁ ଛୋଟ ଛୋଟ ପକ୍ଷୀମାନଙ୍କ କିଭଳି ଗୁରୁତ୍ଵ ଭୂମିକା ରହିଛି, ଏ ସମସ୍ତ ବିଷୟ ଉଦାହରଣ ଓ କାହାଣୀ ମାଧ୍ୟମରେ ବୁଝାଇଥିଲେ । ଦୀପା ଦିଦି ପିଲାଙ୍କୁ ପକ୍ଷୀ ବସା ତିଆରି, ଖାଦ୍ୟ ଦେବା, ଖରଦିନେ ପାଣି ବ୍ୟବସ୍ଥା, ଅଧିକ ଅମଳ ନିମନ୍ତେ ସାର ବ୍ୟବହାର କିପରି ବିଷ ଯୁକ୍ତ ଶସ୍ୟ ଉତ୍ପାଦନ କରୁଛି, ଏହା କିପରି ପରିବେଶ ନଷ୍ଠ କରୁଛି ଓ ଏଥି ନିମନ୍ତେ ଆମେ ନିଜେ ସଚେତନ ହେବାସହ ନିଜ ସାଙ୍ଗସାଥୀ, ବନ୍ଧୁ ପରିଜନମାନଙ୍କୁ ଏ ବିଷୟରେ ସୂଚନା ଦେବା ସହ ସଚେତନ କରାଇବାରେ ଆମେ କିପରି ବାର୍ତ୍ତା ବାହକ ହେବା ସେଥିପାଇଁ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଆଗ୍ରହ କରିଥିଲେ ।

ବିଦ୍ୟାଳୟ ପରିସର, ଛାତ୍ରାବାସ, ଜଙ୍ଗଲ ବିଭାଗ କାର୍ଯ୍ୟାଳୟ, ପୋଷ୍ଟ ଅଫିସ (ଜିଲ୍ଲା ମୁଖ୍ୟ ଡାକଘର), ଦୈନିକ ପରିବା ବଜାର, ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ପକ୍ଷୀ ପ୍ରେମୀ ମାନଙ୍କ ଘରେ, ତଥା ଯେଉଁ ସମସ୍ତ ସ୍ଥାନରେ ଏହି ଘରଚଟିଆ ସମୂହ ଭାବେ ରହୁଛନ୍ତି, ସେପରି ପ୍ରମୁଖ ସ୍ଥାନ ମାନଙ୍କରେ ଆବାସ ନିମନ୍ତେ ଘର, ଦାନ ପାତ୍ର, ପିଇବା ନିମନ୍ତେ ପାଣି ପ୍ରଭୁତି ବ୍ୟବସ୍ଥା ଗତ ଦିନମାନଙ୍କରେ ହୋଇଛି, ସେଗୁଡ଼ିକର ତଦାରଖ, ସଫେଇ, ଦାନା ପୂରଣ ପ୍ରଭୁତି ବ୍ୟବସ୍ଥା ସପ୍ତାହ ବ୍ୟାପୀ ଚାଲିବା ବୋଲି କହିଛନ୍ତି । ଏହି ଦାନା ପାତ୍ର, ଚଢ଼େଇ ବସା, ଜଳ ପାତ୍ର ପ୍ରଭୁତି ସୁଲଭ ମୂଲ୍ୟରେ ଟିମ୍ ସଂଗଠନ ତରଫରୁ ସମସ୍ତ ପକ୍ଷୀ ପ୍ରେମୀ ମାନଙ୍କୁ ଯୋଗାଇବା ନିମନ୍ତେ ଜିଲ୍ଲା ସଦରମହକୁମାରେ ଏକ ଷ୍ଟଲ୍ ସପ୍ତାହ ବ୍ୟାପୀ ଚାଲିବା ବୋଲି ରାମ କୃଷ୍ଣ କହିଛନ୍ତି ।

Get real time updates directly on you device, subscribe now.