fbpx

ନୂଆଗଡ଼ ଗ୍ରାମରେ ବାଘ ଆତଙ୍କ, ପଦ ଚିହ୍ନ ଦେଖି ଲୋକେ ଭୟଭୀତ

ଜଗତସିଂହପୁର, (ଭାସ୍କର ନ୍ୟୁଜ୍‌) : ଜଗତସିଂହପୁର ସଦର ବ୍ଳକ ଅନ୍ତର୍ଗତ ମୁଦୁୁର ପଞ୍ଚାୟତର ନୂଆଗଡ଼ ଗ୍ରାମର ବିଭିନ୍ନ ସ୍ଥାନରେ ବାଘର ପାଦ ଚିହ୍ନ ଦେଖି ଲୋକେ ଭୟଭୀତ ତଥା ଆତଙ୍କିତ ହୋଇ ରହିଥିବାର ଶୁଣିବାକୁ ପଡ଼ିଛି ।

ସୂଚନା ମୁତାବକ ଗତକାଲି ରାତି ପ୍ରାୟ ସାଢ଼େ ୯ଟା ସମୟରେ ଗ୍ରାମର କିଛି ଲୋକ ବାଘର ପାଦ ଚିହ୍ନ ଦେଖିବାକୁ ପାଇଥିଲେ । ତେବେ ସେହି ଗ୍ରାମର କିଛି ଲୋକ ଦୈନିକ ଖବରକାଗଜ ତୀର୍ଥକ୍ଷେତ୍ରର ଜିଲ୍ଲା ପ୍ରତିନିଧି ତାରାପଦ ମହାନ୍ତିଙ୍କୁ ଘଟଣା ସମ୍ପର୍କରେ ଜଣାଇବା ଥିଲେ।  ଶ୍ରୀ ମହାନ୍ତି ବନ ବିଭାଗ ଅଧିକାରୀ ଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ତେବେ ଏହା ଏକ ଜଙ୍ଗଲୀ ବିଲେଇ ହୋଇଥିବାର ସନ୍ଦେହ ପ୍ରକାଶ କରି ତାହା ଉପରେ ଅଧିକ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ଫରେଷ୍ଟର । ତେଣୁ ସନ୍ଦେହ ଦୁରୀଭୂତ ନ ହେବା ପର୍ଯ୍ୟନ୍ତ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ଏହା ଉପରେ ଜଙ୍ଗଲ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି ।

Get real time updates directly on you device, subscribe now.