fbpx

ବିଷ ବଳୟରେ ରାଜଧାନୀ, ବିଶ୍ୱର ସବୁଠୁ ବେଶି ପ୍ରଦୂଷିତ ସହର ନୂଆଦିଲ୍ଳୀ

ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀ ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହର । ଲଗାତାର ଦ୍ୱିତୀୟ ବର୍ଷରେ ଭାରତର ରାଜଧାନୀ ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହର ଲିଷ୍ଟରେ ଶୀର୍ଷରେ ରହିଛି । ଦ୍ୱିତୀୟ ସ୍ଥାନରେ ବାଂଲାଦେଶର ରାଜଧାନୀ ଢାକା ଥିବା ବେଳେ ଆଫ୍ରିକାନ ଦେଶ ଚାଡ଼ର ରାଜଧାନୀ ନଜାମିନା ତୃତୀୟରେ, ତାଜାକିସ୍ତାନର ଦୁଶାଂବେ ଚତୁର୍ଥରେ ଏବଂ ଓମାନର ମସ୍କଟ ପଞ୍ଚମ ସ୍ଥାନରେ ରହିଛି । ବିଶ୍ୱର ୧୫ ସବୁଠାରୁ ଅଧିକ ପ୍ରଦୂଷିତ ସହର ମଧ୍ୟମ ଓ ଦକ୍ଷିଣ ଏସିଆରେ ରହିଛି ।

ଏଥିରୁ ୧୨ଟି ସହର ଭାରତର ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହୁ’ ବାୟୁ ଗୁଣବତ୍ତା ସୂଚକ ସାମ୍ନାରେ ବିଶ୍ୱର କୌଣସି ବି ସହର ଉତିନ୍ନ ହୋଇପାରି ନାହିଁ । ଏହି ସର୍ଭେରେ ବିଶ୍ୱର ୬,୪୭୫ ସହରର ତଥ୍ୟକୁ ଅନ୍ତର୍ଭୁକ୍ତ କରାଯାଇଛି । ମଙ୍ଗଳବାର ଦିନ ଏହାର ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୨୧ ମସିହାରେ ଭାରତରେ ପ୍ରଦୂଷଣର ମାତ୍ରା ଅଧିକ ରହିଛି । ସ୍ୱିଜରଲ୍ୟାଣ୍ଡ ଭିତ୍ତିକ ପ୍ରଦୂଷଣ ପ୍ରଯୁକ୍ତିବିଦ୍ୟା କମ୍ପାନୀ ଆଇକ୍ୟୁ ଏୟାର ଦ୍ୱାରା ପ୍ରକାଶିତ ଏହି ତଥ୍ୟରେ ବିଶ୍ୱର ୯୩ଟି ସହରରେ ନିର୍ଦ୍ଧାରିତ ସ୍ତର ପିଏମ୍‌୨.୫ ଠାରୁ ୧୦ ଗୁଣ ଅଧିକ ବୋଲି ଜଣାପଡିଛି । ହୁ’ ଅନୁସାରେ କୌଣସି ବି ସହରରେ ଚଗ୨.୫ ର ସ୍ତର ୫ ମାଇକ୍ରୋଗ୍ରାମ ଉପରେ କ୍ୟୁବିକ ମିଟରରୁ ଅଧିକ ନହେବା ଦରକାର । ଏହି ଡାଟା ଅନୁସାରେ ବାଂଲାଦେଶ ଦୁନିଆର ସବୁଠାରୁ ଅଧିକ ପ୍ରଦୂଷିତ ଦେଶ । ଚୀନ ଏହି ରାଙ୍କରେ ୨୨ନମ୍ବରରେ ରହିଛି ।

Get real time updates directly on you device, subscribe now.