fbpx

କେନ୍ଦ୍ର ସରକାରଙ୍କ ନୂଆ ନିୟମ: ଏଣିକି ହାଇୱେର ୬୦ କିମି ମଧ୍ୟରେ ରହିବ ଗୋଟିଏ ଟୋଲ ପ୍ଲାଜା

ନୂଆଦିଲ୍ଲୀ: ଏଣିକି ରାଜପଥରେ ଯାତ୍ରା କରିବା ଆପଣଙ୍କ ପାଇଁ ଶସ୍ତା ହୋଇଯିବ । ଏଥିସହିତ ଟୋଲ ପ୍ଲାଜା ନିକଟରେ ରହୁଥିବା ବାସିନ୍ଦା ଓ କ୍ରମାଗତ ଭାବେ ହାଇୱେରେ ଯାତ୍ରା କରୁଥିବା ସ୍ଥାନୀୟ ଲୋକଙ୍କୁ ସୁବିଧା ପ୍ରଦାନ କରାଯିବ । କେନ୍ଦ୍ର ସଡ଼କ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏନେଇ ଲୋକସଭାରେ ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଏହି ଯୋଜନା ଦ୍ୱାରା ଦେଶରେ ରାଜପଥଗୁଡ଼ିକରୁ ଟୋଲ ପ୍ଲାଜା ସଂଖ୍ୟା ହ୍ରାସ ପାଇବ । ଆସନ୍ତା ୩ ମାସ ମଧ୍ୟରେ ସରକାର ଏହି ଯୋଜନା ଲାଗୁ କରିବାକୁ ଯାଉଛନ୍ତି ବୋଲି ଗଡ଼କରୀ କହିଛନ୍ତି ।

ଗଡ଼କରୀ କହିଛନ୍ତି ଯେ, ଏଣିକି ୬୦ କିମି ଦୂରତା ବ୍ୟବଧାନରେ କେବଳ ଗୋଟିଏ ମାତ୍ର ଟୋଲ ପ୍ଲାଜା ରହିବ । ଏହି ଦୂରତା ମଧ୍ୟରେ ରହିଥିବା ଅନ୍ୟ ସମସ୍ତ ଟୋଲ ପ୍ଲାଜାକୁ ବନ୍ଦ କରିଦିଆଯିବ । ଟୋଲ ପ୍ଲାଜା ନିକଟରେ ରହୁଥିବା ଲୋକଙ୍କୁ ଟୋଲ ଦେବାକୁ ପଡ଼ିବନି । ରାଜପଥରରେ ଅଧିକାଂଶ ସମୟରେ ଯାତ୍ରା କରୁଥିବା ଲୋକଙ୍କୁ ସୁବିଧା ଯୋଗାଇ ଦିଆଯିବ ।

Get real time updates directly on you device, subscribe now.