fbpx

ଧାମି ୨.୦: ୮ କ୍ୟାବିନେଟ ମନ୍ତ୍ରୀଙ୍କ ସହିତ ଶପଥ ନେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପୁଷ୍କର ଧାମି କ୍ୟାବିନେଟ ଏକ ବିରାଟ ସଭାରେ ଶପଥ ନେଇଛନ୍ତି । ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେପୁଷ୍କର ଧାମି , ଡେରାଡୁନର ପରେଡ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ଗୃହ ମନ୍ତ୍ରୀ ଅମିତ ଶାହା , ବିଜେପି ରାଷ୍ଟ୍ରୀୟ ଅଦକ୍ଷ୍ୟ ଜେପି ନ୍ଡ୍ଡା ଅନ୍ୟ କ୍ୟାବିନେଟ ମନ୍ତ୍ରୀ , ବିଜେପି ଶାସିତ ରାଜ୍ୟର ମୁଖ୍ୟ ମନ୍ତ୍ରୀ ସହ ବହୁ ବିଜେପିର ପଦାଧିକାରୀ ମଧ୍ୟ ଯୋଗ ଦେଇଥିଲେ । ପୁଷ୍କର ଧାମି ଉତ୍ତରାଖଣ୍ଡର ୧୨ତମ ମୁଖ୍ୟମନ୍ତ୍ରୀ ଭାବରେ ରାଜ୍ୟପାଳ ଲେ.ଜେନେରାଲ ଗୁରୁସ୍ୱାମୀ ସିଂଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଛନ୍ତି । ଏହା ସହ ୮ ଜଣ କ୍ୟାବିନେଟ ମନ୍ତ୍ରୀ ଶପଥ ନେଇଛନ୍ତି ।

ସୈାରଭ ବହୁଗୁଣା , ଚନ୍ଦନ ରାମଦାସ ପରି ନୂଆ ଚେହେରାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି । ମୁଖ୍ୟମନ୍ତ୍ରୀ ପୁଷ୍କର ଧାମିଙ୍କ ସହ ସତପାଳ ମହାରାଜ,ରେଖା ଆର୍ୟା, ସୈାରଭ ବହୁଗୁଣା, ଚନ୍ଦନ ରାମଦାସ, ପ୍ରେମଚାନ୍ଦ ଅଗ୍ରବାଲ, ଧନସିଂ ରାବତ , ଗଣେଷ ଯୋଶୀ ଏବଂ ସୁବେଧ ଉନିୟାଲ ବିଭିନ୍ନ ମନ୍ତ୍ରୀପଦ ପାଇଁ ଶପଥ ଗ୍ରହଣ କରିଛନ୍ତି । ଏହା ଛଡା ଦୁଇଟି ମନ୍ତ୍ରୀପଦ ଖାଲି ରହିଛି ଯାହା ପରେ ପୂରଣ କରାଯିବ । ୨୦୨୨ ବିଧିନସଭା ନିର୍ବାଚନରେ ବିଜେପିର ବହୁମତରେ ବିଜୟ ହୋଇଥିବା ବେଳେ ୭୦ଟି ସିଟରୁ ୪୭ଟି ଭାଜପା, ୧୯ଟି କଗ୍ରେଂସ ହାତରେ ରହିଥିଲା ।

Get real time updates directly on you device, subscribe now.