fbpx

ଦ କାଶ୍ମୀର ଫାଇଲ୍ସ ଆଲୋଚନା ପଡ଼ିଲା ମହଙ୍ଗା: ଦଳିତ ଯୁବକଙ୍କୁ ନାକ ରଗଡେଇଲେ ଗ୍ରାମବାସୀ, ୨ ଗିରଫ

ନୂଆଦିଲ୍ଳୀ: ବଲିଉଡ ଫିଲ୍ମ ଦ କାଶ୍ମୀର ଫାଇଲ୍ସକୁ ନେଇ ଚର୍ଚ୍ଚା ଥମିବାର ନା ନେଉନି । ଫିଲ୍ମଟି ବକ୍ସ ଅଫିସରେ ଚମକ୍ରାର ପ୍ରଦର୍ଶନ କରିଥିବା ୧୫୦ କୋଟିରୁ ଅଧିକ ଟଙ୍କା ଆୟ କରିଛି । ତେବେ ଫିଲ୍ମ ସମ୍ପର୍କରେ ଆଲୋଚନା କାରଣରୁ ଜଣେ ଯୁବକଙ୍କୁ ଅକଥନୀୟ ଅତ୍ୟାଚାରର ସାମ୍ନା କରିବାକୁ ପଡିଛି । ଏଭଳି ଏକ ଅଭାବନୀୟ ଘଟଣା ରାଜସ୍ଥାନ ଜିଲ୍ଳାର ଅଲୱରରେ ଘଟିଛି । ଗାଁର କିଛି ଦବଙ୍ଗ ଗୋଷ୍ଠୀ ଯୁବକଙ୍କୁ ମାଡ ମାରିବା ସହିତ ମନ୍ଦିର ଗେଟରେ ନାକ ରଗଡାଇ ଦେଇଥିଲେ । ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି ।

ରାଜେଶ ନାମକ ଯୁବକ ଜଣଙ୍କ ଫିଲ୍ମଟି ଦେଖିବା ପରେ ସୋସିଆଲ ମିଡିଆରେ କମେଣ୍ଟ କରିଥିଲେ । ରାଜେଶଙ୍କ କମେଣ୍ଟକୁ ନେଇ ବିବାଦ ଉଠିଥିଲା । ରାଜେଶ ଲେଖିଥିଲେ କାଶ୍ମୀର ପଣ୍ଡିତଙ୍କ ଆକ୍ରମଣକୁ ନେଇ ସମଗ୍ର ଦେଶ ଭାବ ବିହ୍ୱଳ ହୋଇ ଉଠୁଛି । ତେବେ ବିଗତ ଶହେ ବର୍ଷ ଧରି ଦଳିତଙ୍କ ଉପରେ ଆକ୍ରମଣ ହେଉଥିବା ବେଳେ ସମଗ୍ର ଦେଶ ନୀରବ ରହିଛି ବୋଲି ରାଜେଶ ଲେଖିଥିଲେ । ରାଜେଶ ଏହା ସହିତ କହିଥିଲେ ଏହା ଉପରେ ମଧ୍ୟ ଫିଲ୍ମ ନିର୍ମାଣ ହେବା ଉଚିତ୍ । ପୋଷ୍ଟ ଉପରେ ଜୟ ଶ୍ରୀରାମ ଓ ଜୟ ଶ୍ରୀକୃଷ୍ଣ ଲେଖୁଥିବା ବେଳେ ସେ ଜୟ ଭୀମ ବୋଲି ଲେଖିଥିଲେ । ଗ୍ରାମରେ ରହିଥିବା ଠାକୁର ଜୀ ମନ୍ଦିରକୁ ଡାକି ରାଜେଶଙ୍କୁ ନାକ ରଗଡାଇ ଭିଡିଓ ବନା ଯାଇଥିଲା । ଏହି ଭିଡିଓ ଭାଇରାଲ ହେବା ପରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ରାଜେଶ ଏକ ବ୍ୟାଙ୍କରେ ସେଲ୍ସ ମ୍ୟାନେଜର ଭାବରେ କାମ କରନ୍ତି ।

Get real time updates directly on you device, subscribe now.