fbpx

ଆଜିଠୁ ବିଧାନସଭା ବଜେଟ୍ ଅଧିବେଶନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ଅଧିବେଶନରେ ୬ଟି କାର୍ଯ୍ୟ ଦିବସ ରହିଛି । ପ୍ରଥମ ଦିନରେ ଆଜି ରାଜ୍ୟପାଳ ଗଣେଶୀ ଲାଲ ଅଭିଭାଷଣ ରଖିବେ । ମାର୍ଚ୍ଚ ୩୦ରେ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ ହେବ ।

ତେବେ ବିଧାନସଭାରେ ବଜେଟ୍ ଅଧିବେଶନକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ସବୁ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । ବିଶେଷ ଭାବରେ ବିଧାନସଭା ସମ୍ମୁଖରେ ରାସ୍ତା ବନ୍ଦ କରାଯାଇ ଆଇଜି ପାର୍କ ଦେଇ ଟର୍ଣ୍ଣ କରାଯାଇଛି। ଏହା ସହିତ ଭିତରପଟ ରାସ୍ତାରେ କିଭଳି ଭାବରେ ଟ୍ରାଫିକ୍ ଜାବ୍ ନହେବ ସେଥି ପାଇଁ ପ୍ରତି ୨୦୦ ମିଟରରେ ଜଣେ ଲେଖାଏଁ ଟ୍ରାଫିକ୍ ପୁଲିସଙ୍କୁ ନିୟୋଜିତ କରାଯାଇଛି। ଏହା ସହିତ ପୁରା ଧାରଣାସ୍ଥଳରେ ୩୨ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସ୍ଥିତି ଉପରେ ୧୦୦ରୁ ଊର୍ଦ୍ଧ୍ୱ ଅଫିସରଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ପୁରା ସୁରକ୍ଷା ବ୍ୟବସ୍ଥା ନେଇ ଗତକାଲି ପୋଲିସ୍ ଡିଜି ସମୀକ୍ଷା ମଧ୍ୟ କରିଛନ୍ତି।

Get real time updates directly on you device, subscribe now.