fbpx

ହୁ ହୁ ହୋଇ ବଢ଼ୁଛି ପେଟ୍ରୋଲ-ଡିଜେଲ ଦର: ୫ ଦିନରେ ୩.୨୦ ଟଙ୍କା ମହଙ୍ଗା, ଜାଣନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି । ଭାରତୀୟ ତୈଳ କମ୍ପାନୀ ପେଟ୍ରୋଲ-ଡିଜେଲ ଦାମକୁ ଆଜି ଅର୍ଥାତ୍ ୨୬ ମାର୍ଚ୍ଚରେ ପୁଣି ମହଙ୍ଗା କରିଛନ୍ତି । ସପ୍ତାହର ୫ମ ଦିନରେ ପେଟ୍ରୋଲ-ଡିଜେଲ ଦର ପୁଣି ବଢ଼ିଛସି । ଇଣ୍ଡିଆନ୍ ଅଏଲ ମାର୍କେଟିଂ କମ୍ପାନୀଗୁଡିକ ପେଟ୍ରୋଲ-ଡିଜେଲର ଦାମ୍ ଲିଟ ପିଛା ୮୦ ପଇସା ବଢ଼ାଇଛନ୍ତି । ଏପରି କ୍ରମେ ୫ମ ଦିନରେ ପେଟ୍ରୋଲ-ଡିଜେଲ ଦାମରେ ୩.୨୦ ଟଙ୍କା ମହଙ୍ଗା ହୋଇଛି ।

ତେବେ ୟୁକ୍ରେନ ଓ ରୁଷ ଯୁଦ୍ଧ ମଧ୍ୟରେ ଭାରତରେ ପେଟ୍ରୋଲ ରେଟ୍ ଲଗାତାର ବଢ଼ିବାରେ ଲାଗିଛି । ଗତବର୍ଷ ନଭେମ୍ବର ମାସ ପରେ ପେଟ୍ରୋଲ-ଡିଜେଲ ଦର ବଢ଼ିନଥିଲା । ଏହା ପରେ ଗତ ମଙ୍ଗଳବାରଠାରୁ ତେଲ ଦର ବଢ଼ିବାରେ ଲାଗିଛି । ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ଅନୁସାରେ, ଆଜି ଦିଲ୍ଲୀରେ ୮୦ ପଇସା ବୃଦ୍ଧି ପରେ ୧ ଲିଟର ପେଟ୍ରୋଲର ମୂଲ୍ୟ ୯୮.୬୧ ଟଙ୍କା ହୋଇଛି । ଅନ୍ୟପଟେ ଦିଲ୍ଲୀରେ ଡିଜେଲର ମୂଲ୍ୟ ୮୯.୮୭ ଟଙ୍କାକୁ ବଢ଼ିଯାଇଛି । ସେହିପରି ମୁମ୍ବାଇରେ ଲିଟର ପିଛା ପେଟ୍ରୋଲ ଦର ୧୧୩.୩୫ ଟଙ୍କା ଥିବା ବେଳେ ଡିଜେଲ ୯୭.୫୫ ଟଙ୍କା ହୋଇଛି । ଏହା ବ୍ୟତୀତ କୋଲକାତାରେ ଲିଟର ପିଛା ପେଟ୍ରୋଲ ୧୦୮.୦୨ ଟଙ୍କା ଓ ଡିଜେଲ ୯୪.୪୭ ଟଙ୍କା ହୋଇଛି ।

Get real time updates directly on you device, subscribe now.