ସଙ୍କଟରେ ପାକ ପ୍ରଧାନମନ୍ତ୍ରୀ: ଏହି ତାରିଖରେ ଅନାସ୍ଥା ପ୍ରସ୍ତାବ ଦାଖଲ ନେଇ ମନ୍ତ୍ରୀ ଦେଲେ ସୂଚନା

ନୂଆଦିଲ୍ଲୀ: ନିକଟରେ ଭାରତର ସମର୍ଥନରେ ବୟାନ ଦେଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଅଡୁଆ ବଢିବାରେ ଲାଗିଛି । ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଥିବା ବେଳେ ଼ଏନେଇ ସୂଚନା ଦେଇଛନ୍ତି ସଂସଦୀୟ ମନ୍ତ୍ରୀ ଶେଖ୍ ରଶିଦ୍ । ଇସଲାମାବାଦରେ ଏକ ପ୍ରେସ୍ କନଫରେନ୍ସକୁ ଅଭିଭାଷଣ ଦେଇ ରଶିଦ୍ ଏହି ସୂଚନା ଦେଇଛନ୍ତି । ଆସନ୍ତା ଏପ୍ରିଲ ୪ ତାରିଖରେ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯିବ ।

ଏହା ସହିତ ଶେଖ ରଶିଦ୍ ବିରୋଧୀ ଦଳଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି । ରଶିଦ୍ କହିଛନ୍ତି ବିରୋଧୀ ଦଳ ମୁର୍ଖଙ୍କ ଭଳି କାର୍ଯ୍ୟ କରୁଛି । ବିରୋଧୀ ଦଳ ଏଭଳି ମୂର୍ଖାମୀର କାମ କରିବା ସହିତ ଇମ୍ରାନଙ୍କ ଲୋକପ୍ରିୟତାକୁ ଶିଖରରେ ପହଞ୍ଚାଉଛି ବୋଲି ରଶିଦ୍ କହିଛନ୍ତି । ରଶିଦ୍ କହିଛନ୍ତି ସମସ୍ତ ସଂସଦ ମାନଙ୍କୁ ଅନାସ୍ଥା ପ୍ରସ୍ତାବ ଯାଏଁ ସୁରକ୍ଷିତ ରଖିବା ସରକାରଙ୍କ ପ୍ରମୁଖ ଦାୟିତ୍ୱ ବୋଲି କହିଛନ୍ତି ରଶିଦ୍ । ଉଲ୍ଲେଖ ଯୋଗ୍ୟ ଯେ ୧୦୦ ରୁ ଅଧିକ ପାକିସ୍ତାନ ମୁସଲିମ ଲିଗ୍ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟିର ୧୦୦ରୁ ଅଧିକ ସାଂସଦ ଏହି ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି ।