fbpx

କମ୍ପିଲା ବିଧାନସଭା: ମମିତା ନ୍ୟାୟ ପାଇଲେନି, ଏବେ ମାନସ ବି ନ୍ୟାୟ ପାଇବେନି, ସବୁ ଘଟଣାକୁ ଶାସକଦଳର ଦଳର ମନ୍ତ୍ରୀ ଚାପି ଦେଉଛନ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ହତ୍ୟାକାଣ୍ଡ ଘଟଣାକୁ ନେଇ ବିଧାନସଭାରେ ତୁମ୍ବିତୋଫାନ ହୋଇଛି । ଏହି ଘଟଣାରେ ଶାସକ ଦଳର ଦୁଇଜଣ ମନ୍ତ୍ରୀଙ୍କର ହାତ ରହିଥିବାରୁ ଜାଣିଶୁଣି ତଦନ୍ତକୁ ବାଟବଣା କରାଯାଉଛି । ରାଜ୍ୟରେ ଦିନକୁ ଦିନ ଅରାଜକତା ବଢ଼ିବାରେ ଲାଗିଛି । ଏହାର ସିବିଆଇ ତଦନ୍ତ କରାଗଲେ ପ୍ରକୃତ ଦୋଷୀ ଦଣ୍ଡ ପାଇବ ବୋଲି କଂଗ୍ରେସ ଦାବି କରିଛନ୍ତି ।

ଏନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି ଯେ, ମମିତା ମେହେର ହତ୍ୟାକାଣ୍ଡ ପଛରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ଭୂମିକା ରହିଥିଲା । ମାତ୍ର ଉକ୍ତ ଘଟଣାକୁ ଜାଣୁଶୁଣି ଚପାଇ ଦିଆଗଲା । ଆଜି ବି ମମିତାଙ୍କ ପରିବାର ନ୍ୟାୟ ପାଇଁ ଚାହିଁ ରହିଛନ୍ତି । ସେହିପରି ମାନସଙ୍କ ହତ୍ୟା ପଛରେ ରାଜ୍ୟର ଦୁଇ ଜଣ ମନ୍ତ୍ରୀ ଦିବ୍ୟଶଙ୍କର ଓ ପ୍ରତାପ ଜେନାଙ୍କ ସମ୍ପୃକ୍ତି ରହିଥିବା ମାନସଙ୍କ ପରିବାର ଅଭିଯୋଗ ଆଣିଥିଲେ । ଅଭିଯୋଗ ଆସିବା ପରେ କାହିଁକି ଠିକ୍ ଭାବେ ତଦନ୍ତ କରଯାଉନାହିଁ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଆଜି ପର୍ଯ୍ୟନ୍ତ ପୋଲିସ ଧରିବାରେ ସଫଳ ହୋଇନାହିଁ ।

Get real time updates directly on you device, subscribe now.