fbpx

ଆମେରିକା, ଋଷ ଭଳି ଦେଶ ତୁଳନାରେ ଭାରତରେ କରୋନାରେ ସବୁଠୁ କମ୍ ମୃତ୍ୟୁ: କେନ୍ଦ୍ର ସରକାର

ଭାରତରେ କୋଭିଡରେ ମୃତ୍ୟୁ ସଂଖ୍ୟା ଅନ୍ୟ ଦେଶ ତୁଳନାରେ କମ୍ ରହିଛି । ମଙ୍ଗଳବାର ଏହି ତଥ୍ୟ ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାର କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରାଜିଲ, ଋଷ ଏବଂ ମେକ୍ସିକୋ ଭଳି ସମାନ ଭାବରେ ସଂକ୍ରମିତ ହୋଇଥିବା ଦେଶ ତୁଳନାରେ ଭାରତରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ କରୋନରେ ୩୭୪ ଲୋକଙ୍କ ମୃତ୍ୟୁ ହୋଇଛି, ଯାହା ସବୁଠୁ କମ୍ ।

ଏକ ଲିଖିତ ଉତ୍ତରରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଜ୍ୟ ମନ୍ତ୍ରୀ ଭାରତୀ ପ୍ରବୀଣ ରାଜ୍ୟସଭାରେ କହିଛନ୍ତି ଯେ ଅନେକ ଥର, କିଛି ରିପୋର୍ଟରେ ଅଧିକ ମୃତ୍ୟୁ ଅନୁମାନ ଦର୍ଶାଯାଉଛି ଯାହା ଭାରତ ଦ୍ୱାରା ରିପୋର୍ଟ କରାଯାଇଥିବା କୋଭିଡ-୧୯ ଅଫିସିଆଲ ସଂଖ୍ୟାଠାରୁ ଅଧିକ ରହିଛି । ସେ କହିଛନ୍ତି ଏହି ରିପୋର୍ଟ ଅଧିକାଂଶ ସମୟରେ ଭୁଲ ଉପାୟରେ ଆସିଥାଏ ଯାହା ବିଶ୍ୱସନୀୟ ନୁହେଁ ।

ସେ କହିଥିଲେ ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାଖରେ ଉପଲବ୍ଧ ସଂଖ୍ୟା ଅନୁସାରେ ଭାରତରେ ପ୍ରତି ୧୦ ଲକ୍ଷରେ ସବୁଠୁ କମ୍ ମୃତ୍ୟୁ(୩୭୪) ରେ ରହିଥିଲା । ଯେତେବେଳେକି ଆମେରିକାରେ ପ୍ରତି ୧୦ ଲକ୍ଷରେ ୨,୯୨୦ ମୃତ୍ୟୁ, ବ୍ରାଜିଲରେ ପ୍ରତି ୧୦ ଲକ୍ଷରେ ୩,୦୯୨, ଋଷରେ ୧୦ ଲକ୍ଷରେ ୨,୫୦୬ ଏବଂ ମେକ୍ସିକୋରେ ପ୍ରତି ୧୦ ଲକ୍ଷରେ ୨୪୯୮ ମୃତ୍ୟୁ ହୋଇଥିଲା ତେଣୁ ଭାରତରେ କୋଭିଡ-୧୯ ପ୍ରଭାବିତ ଦେଶ ତୁଳନାରେ ବହୁତ କମ୍ ।

ଉଲ୍ଲେଖଯୋଗ୍ୟ, ଭାରତରେ ଗତ ୨୪ ଘଣ୍ଟାରେ ୧୨୫୯ ନୂଆ ସଂକ୍ରମଣ ସାମ୍ନାକୁ ଆସିଛି । ଯାହାକୁ ମିଶାଇ ଏପର୍ଯ୍ୟନ୍ତ ଭାରତରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୯,୨୧,୯୮୨ ହୋଇଛି । ଏବଂ ୨୪ ଘଣ୍ଟାରେ ୩୫ ଜଣଙ୍କ ମୃତ୍ୟୁ ପରେ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୫,୨୧,୦୭୦ ହୋଇଛି ।

 

Get real time updates directly on you device, subscribe now.